ଆଜି ଭୁବନେଶ୍ୱରରେ ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର

ଭୁବନେଶ୍ୱର(କେନ୍ୟୁଜ୍) : ଆଜି ଭୁବନେଶ୍ୱରରେ ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର । ନେପାଳ କାଠମାଣ୍ଡୁରୁ ମରଶରୀର ଭୁବନେଶ୍ୱର ଆଣାଯାଉଛି । ରାତି ୯ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ କଳିଙ୍ଗ ଷ୍ଟାଡିୟମ୍‌ ନିଆଯିବ । ସେଠାରେ ପାଖାପାଖି ଏକ ଘଣ୍ଟା ମରଶରୀର ରଖାଯିବ । କଳ୍ପନାଙ୍କ ମୃତଦେହ ବରଫତଳୁ ଉଦ୍ଧାରକାରୀ ଟିମ୍‌ ‘ସାର୍ପୋ’ ଉଦ୍ଧାର କରିଥିଲା । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ ବେଳେ ଏଭରେଷ୍ଟର ବାଲକୋନି ଏରିଆରେ ତାଙ୍କର ମୃତ୍ୟୁ ହୋଇଥିଲା । ବେସ୍‌କ୍ୟାମ୍ପ ୪ରୁ ମରଶରୀରକୁ କାଠମାଣ୍ଡୁ ଅଣାଯାଇଥିଲା । ସେଠାରୁ ଭୁବନେଶ୍ୱର ଅଣାଯାଉଛି । କଳ୍ପନାକୁ ପାର୍ଥିବ ଶରୀର ଆଣିବା ପାଇଁ ତାଙ୍କ ଭାଇ କାଠମାଣ୍ଡୁ ଯାଇଛନ୍ତି । ୨୦୦୮ରେ କଳ୍ପନା ପ୍ରଥମ ଥର ପ୍ରଥମ ଓ଼ଡିଆ ଭାବେ ଏଭରେଷ୍ଟ ଆରୋହଣରେ ସଫଳ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.