ବଲାଙ୍ଗିର-ଟିଟିଲାଗଡ଼ ରାସ୍ତା ରତନପୁର ଛକରେ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ, ଆମ୍ବୁଲାନ୍ସ ଡ୍ରାଇଭର ମୃତ

କଳାହାଣ୍ଡି(କେନ୍ୟୁଜ୍) : ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ, ଆମ୍ବୁଲାନ୍ସ ଡ୍ରାଇଭର ମୃତ। ବଲାଙ୍ଗିର-ଟିଟିଲାଗଡ଼ ରାସ୍ତା ରତନପୁର ଛକରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଧନପତି ବଗର୍ତ୍ତି। କଳାହାଣ୍ଡି ଜିଲ୍ଲାରୁ ଏକ ରୋଗୀକୁ ନେଇ ଆମ୍ବୁଲାନ୍ସଟି ବୁର୍ଲାକୁ ଯାଇଥିଲା। ସେଠାରେ ରୋଗୀଙ୍କୁ ଛାଡ଼ି ଫେରିବା ବାଟରେ ରତନପୁର ଛକରେ ଏହି ଦୁର୍ଘଟଣା ଘଟିଛି। ଆଉ ଦୁଇଟି ଆମ୍ବୁଲାନ୍ସ ଠିଆ ହୋଇଥିଲା। ଦ୍ରୁତ ଗତିରେ ଏକ ଟ୍ରକ ଆସି ଗୋଟିଏ ଆମ୍ବୁଲାନ୍ସକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.