ଆମୀର – ଅମିତାଭ୍‌ଙ୍କ ପରେ ଏବେ ଆଗକୁ ଆସିଲେ ଐଶ୍ୱର୍ଯ୍ୟା, ପୁଲଓ୍ଵାମା ସହିଦଙ୍କ ଏମିତି ଦେବେ ଶ୍ରଦ୍ଧାଞ୍ଜଳୀ

ଏଯାଏଁ ମନରୁ ଲିଭିନି ପୁଲଓ୍ଵାମା ଆକ୍ରମଣ ଘଟଣା । ଏଥିରେ ୪୦ ବୀର ପୁତ୍ରଙ୍କୁ ହରାଇଥିଲା ଦେଶ । ତେବେ ଏହି ଆକ୍ରମଣ ପରେ ପୁରା ଦେଶ ସହିଦଙ୍କ ପରିବାରୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିଲା । ବଲିଉଡ୍‌ ସମେତ ଅନେକ ବଡ଼ ବଡ଼ ପ୍ରତିଷ୍ଠିତ ବ୍ୟକ୍ତି ନିଜ ନିଜ ସ୍ତରରେ ସାହାଯ୍ୟ କରିଥିଲେ ସହିଦଙ୍କ ପରିବାରକୁ । ଏବେ ପୁଣି ଥରେ ବଲିଉଡ୍‌ ଷ୍ଟାର୍‌ ସହିଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ କରୁଛନ୍ତି ପ୍ରସ୍ତୁତି ।

ରିପୋର୍ଟ ମୂତାବକ ସହିଦଙ୍କ ପାଇଁ ଏକ ଭିଡିଓ ପ୍ରସ୍ତୁତ ହେଉଛି । ସବୁଠାରୁ ଖାସ୍‌ କଥା ହେଉଛି ଏଥିରେ ଅମିତାଭ୍‌ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ରଣବୀର କପୁର ନଜର ଆସିବେ । ପ୍ରାୟ ୧୪ ଜଣ କଳାକାର ଅଭିନୟ କରୁଥିବା ଏହି ଭିଡିଓର ନାଁ ରହିବ ତୁ ଦେଶ ମେରା । ଅଧିକାଂଶ କଳାକାର ଏହାର ସୁଟିଂ ସାରିଦେଇଛନ୍ତି । କେବଳ ଐଶ୍ୱର‌୍ୟ୍ୟାଙ୍କ ପାର୍ଟ ବାକି ଅଛି ।

ତା ପୂର୍ବରୁ ପ୍ରଡକ୍ସନ୍‌ ହାଉସ୍‌ ଐଶ୍ୱର୍ଯ୍ୟା ରାୟଙ୍କର ଏକ ଫଟୋ ଟୁଇଟ୍‌ କରିଛି , ଯେଉଁଥିରେ ସେ ସଲାମୀ ଦେଉଥିବାର ନଜର ଆସୁଛନ୍ତି । ଏହା ସହ ଗୀତଟିକୁ ପୁଲଓ୍ଵାମା ସହିଦଙ୍କ ପାଇଁ ଉତ୍ସର୍ଗ କାରାଯାଇଥିବା ପ୍ରଡକ୍ସନ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି । ଭିଡିଓଟି ସିଆରପିଏଫ୍‌ ଡେ ଅର୍ଥାତ୍‌ ୨୭ ଜୁଲାଇରେ ରିଲିଜ୍‌ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.