Below header

୩୦ ଲକ୍ଷ ଟଙ୍କାର ଫ୍ଲାଟ୍ କିଣିଛନ୍ତି କି ? ହୁସିଆର ରୁହନ୍ତୁ

ନୂଆଦିଲ୍ଲୀ : ୩୦ ଲକ୍ଷ ଟଙ୍କାରୁ ଅଧିକ ଦେଇ ଯିଏ ଫ୍ଲାଟ୍ କିଣିଛନ୍ତି ତାଙ୍କୁ ଆୟକର ବିଭାଗ ନୋଟିସ୍ ପଠାଇଛି । ହିସାବ ମାଗିଛି କେଉଁଠୁ ଆଣିଲ ଏତେ ଟଙ୍କା । ଏହି ନୋଟିସକୁ ନେଇ ଦିଲ୍ଲୀରେ ପ୍ରାୟ ଅଢ଼େଇ ଲକ୍ଷ ଲୋକ ଡରରେ ଥରହର ହେଲେଣି । ନୋଏଡା, ଗ୍ରେଟର ନୋଏଡା, ଗାଜିୟାବାଦ, ରାଜନଗର, ବୁଲନ୍ଦସହର ଆଦି ସ୍ଥାନରେ ଫ୍ଲାଟ୍ କିମ୍ବା ଜାଗା କିଣିଥିବା ଲୋକଙ୍କୁ ଏହି ନୋଟିସ୍ ଯାଇଛି । କାଳେ କେହି ଏଥିରେ କଳାଧନ ବିନିଯୋଗ କରିଥିବ ତାର ଯାଞ୍ଚ ଆୟକର ବିଭାଗ କରୁଥିବା ଚର୍ଚ୍ଚା ଚାଲିଛି । ତେବେ ଆୟକର ବିଭାଗ ଅଧିକାରୀ କହିଛନ୍ତି ଇଏ ଏକ ନିୟମିତ ନୋଟିସ୍ । ୩୦ ଲକ୍ଷରୁ ଅଧିକ ଟଙ୍କା ଦେଇ ଯେକୌଣସି ଜିନିଷ କିଣାଯିବ ତାର ହିସାବ ରଖିବ ବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.