ଅଭିନେତ୍ରୀ ସୋନାଲୀଙ୍କ ମରିବାର ମିଥ୍ୟା ଖବର ଟ୍ବିଟ୍ ପରେ ବିଜେପି ନେତାଙ୍କ ଉପରେ ବର୍ଷିଲେ ସ୍ବାମୀ ଗୋଲ୍ଡି ବହଲ

ମୁମ୍ବାଇ : ବଲିଉଡ଼ର ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କର କ୍ଯାନ୍ସର ଚିକିତ୍ସା ନ୍ଯୁୟର୍କରେ ଚାଲିଛି। ମେଟାଷ୍ଟେଟିକ୍ କ୍ଯାନ୍ସରରେ ପୀଡ଼ିତ ସୋନାଲି ବେନ୍ଦ୍ରଙ୍କ ମୃତ୍ୟୁର ମିଛ ଖବର ଶୁକ୍ରବାରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶୁକ୍ରବାର ଭାଜପା ବିଧାୟକ ରାମ କଦମ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ନିଧନ ବିଷୟରେ ମିଥ୍ଯ ଖବର ଟ୍ବିଟ୍ କରିଥିଲେ। ମିଛ ଖବର ଟ୍ବିଟ କରିବା କାରଣରୁ ଲୋକ ଏବଂ ସୋନାଲିଙ୍କ ପ୍ରଶଂସକ ତାଙ୍କୁ ବହୁ ସଂଖ୍ଯାକ ଟ୍ରୋଲ କରିଥିଲେ। ଏହା ବିଷୟରେ ସୋନାଲିଙ୍କ ସ୍ବାମୀ ଗୋଲ୍ଡି ବିଜେପି ନେତାଙ୍କର ବହୁତ ନିନ୍ଦା କରିଥିଲେ। ଗୋଲ୍ଡି ଟ୍ବିଟରରେ ଏପରି ଖବର ଭାଇରାଲ କରିଥିବାରୁ ସେ କଡ଼ା ନିନ୍ଦା କରିଥିଲେ।

Goldie-Behl

ଗୋଲ୍ଡି ବହଲ ଟ୍ବିଟରରେ ଲେଖିଛନ୍ତି “ମୁଁ ଲୋକଙ୍କୁ ଅନୁରୋଧ କରିବାକୁ ଚାହୁଁଛି ସୋସିଆଲ ମିଡ଼ିଆର ବ୍ଯବହାର ସଠିକ୍ ଭାବେ କରନ୍ତୁ। ଆସନ୍ତୁ ଏପରି କୌଣସି ବାର୍ତ୍ତା ଉପରେ ନା ବିଶ୍ବାସ କରିବା ନା ବିସ୍ତାର କରିବା। ଏହା ଦ୍ବାରା ଅନ୍ଯବଶ୍ଯକ ଭାବେ ଲୋକଙ୍କ ଭାବନାକୁ କ୍ଷତି ପହଞ୍ଚିବ। ”


ମହାରାଷ୍ଟ୍ରର ସତାରୁଢ଼ ଭାଜପାର ବିଧାୟକ ରାମ କଦମ ମରାଠୀ ଭାଷାରେ ଟ୍ବିଟରରେ ବଲିଉଡ଼ ଏବଂ ମରାଠୀ ଦେବୀ ସୋନାଲି ବେନ୍ଦ୍ରେଙ୍କର ଆମେରିକାରେ ନିଧନ ହୋଇଯାଇଛି। ବିଧାୟକ ଅଭିନେତ୍ରୀଙ୍କୁ ଶ୍ରର୍ଦ୍ଧାଞ୍ଜଳୀ ମଧ୍ୟ ଦେଇଦେଇଥିଲେ। ବିନା କୌଣସି ଅଧାରରେ ଏପରି ଖବର କହିଥିବାରୁ ବିଧାୟକଙ୍କୁ ବହୁ ପ୍ରକାରର ଟ୍ରୋଲର ସାମ୍ନା କରିବାକୁ ପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.