Below header

ଗଣେଶ ଚତୁର୍ଥୀ ଦିନ ଚାନ୍ଦ ଦର୍ଶନ କରନ୍ତୁ ନାହିଁ, ଦେଖିଲେ…

ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ବା ଗଣେଶ ଚତୁର୍ଥୀ ଦିନ ବିଘ୍ନ ବିନାଶକଙ୍କ ପୂଜା କରାଯାଏ । ତାଙ୍କର ଆଶୀର୍ବାଦ ନେବା ପାଇଁ ଲୋକେ ବ୍ରତ ଉପବାସ ରଖନ୍ତି । ଆସନ୍ତା ୧୩ ତାରିଖରେ ଗଜାନନଙ୍କ ପୂଜା ପଡ଼ିବ । ଏଥିପାଇଁ ଚାରିଆଡ଼େ ଜୋରସୋରରେ ପ୍ରସ୍ତୁତି ଚାଲିଛି । ତେବେ ଏହି ଦିନ ଆଉ ଗୋଟିଏ କଥା ପ୍ରତି କାହାର ନଜର ନଥାଏ । ତାହା ହେଉଛି ସେଦିନ ଚନ୍ଦ୍ର ଦର୍ଶନ ମନା । ଯଦି ସେଦିନ କେହି ଭୁଲରେ ବି ଚନ୍ଦ୍ର ଦର୍ଶନ କରିଦିଏ ତେବେ ଲଜ୍ଜାକର ପରିସ୍ଥିତିର ସାମନା କରିବାକୁ ପଡ଼େ । ସେଦିନ ଚନ୍ଦ୍ରଦେବଙ୍କୁ ଅର୍ଘ୍ୟ ଅର୍ପଣ କରାଯାଏ । ତେବେ ଅର୍ଘ୍ୟ ଅର୍ପଣ କରିବା ସମୟରେ ମଧ୍ୟ ଚନ୍ଦ୍ରଙ୍କୁ ଦେଖିବା ଅନୁଚିତ ।

ପୌରାଣିକ ମତ : ପୁରାଣ ଅନୁସାରେ ନିଜକୁ ଚନ୍ଦ୍ରଦେବ ଅତ୍ୟନ୍ତ ସୁନ୍ଦର ବୋଲି ମନେ କରନ୍ତି । ଏ ନେଇ ତାଙ୍କ ମନରେ ଗର୍ବ ରହିଥାଏ । ଥରେ ସେ ଗଣେଶଙ୍କ ମୁହଁକୁ ଦେଖି ପରିହାସ କରିଥିଲେ । ଏଥିରେ କ୍ରୋଧ କରି ଗଣେଶ ତାଙ୍କୁ ଅଭିଶାପ ଦେଇ କହିଥିଲେ ଯେ ତୁମ ମୁହଁ ଯିଏ ଦେଖିବ ସିଏ ମିଥ୍ୟା ଅପମାନର ଶିକାର ହେବ । ଅଭିଶାପ ପାଇବା ମାତ୍ରେ ଚନ୍ଦ୍ରଦେବଙ୍କର ବୁଦ୍ଧି ହଜିଗଲା । ସେ ତୁରନ୍ତ ଗଣେଶଙ୍କୁ କ୍ଷମା ମାଗିଲେ । ପ୍ରଭୁ ଗଣେଶ ଶାନ୍ତ ହୋଇ କହିଲେ ଅଭିଶାପ ଅବଶ୍ୟ ଫଳିବ । କିନ୍ତୁ ବର୍ଷକୁ ଥରେ । ତାହା ହେଉଛି ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ । ସେହି ଦିନଠାରୁ ଏହି ତିଥିରେ ଚନ୍ଦ୍ର ଦର୍ଶନ ମନା । ଚନ୍ଦ୍ର ପାଇଁ ଏହା କଳଙ୍କ ବୋଲି କୁହାଯାଏ ।

କଣ କରିବେ : ଯଦି ଭୁଲରେ ସେଦିନ ଜହ୍ନକୁ ଦେଖି ଦିଅନ୍ତି ତେବେ ନିମ୍ନରେ ଦିଆଯାଇଥିବା ମନ୍ତ୍ର ଜପ କରନ୍ତୁ ।

 

ସିଂହ ପ୍ରସେନମବର୍ଧିତ୍ସିଂହୋ ଜାମ୍ବବତା ହତଃ

ସୁକୁମାରକ ମାରୋଦିତ୍ସବ ହ୍ରୋଷ ସ୍ୟମନ୍ତକ ।।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.