Below header

ମୁମ୍ବାଇର ଏହି ୩୨ ବର୍ଷିୟ ଯୁବକ ୫ ମାସରେ ଯାତ୍ରା କରିଛନ୍ତି ୨୭ଟି ଦେଶ ଓ ୨୯ ହଜାର କିଲୋମିଟର

ଆଜିକାଲି ବହୁତ ଲୋକ ବାଇକରେ ଦୁନିଆ ଭ୍ରମଣ କରିବାକୁ ସଉକ ରଖୁଛନ୍ତି । ଆଉ ଏହି ଟ୍ରେଣ୍ଡକୁ ଫଲୋ କରି ମହାରାଷ୍ଟ୍ରର ଜଣେ ଯୁବକ କୀର୍ତ୍ତିମାନ ରଚିଛନ୍ତି । ଯିଏକି ନିଜ ବାଇକରେ ମୁମ୍ବାଇରୁ ଲଣ୍ଡନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ।

ଦୁନିଆରେ ଅଲଗା ଅଲଗା ସ୍ଥାନ ବୁଲିବା, ଅଲଗା ଅଲଗା ଦେଶ ଯାତ୍ରା କରିବା, ଅନେକ ଲୋକଙ୍କର ସ୍ୱପ୍ନ ଥାଏ । ଆଉ ପୂର୍ବରୁ ଏମିତି ଯାତ୍ରା ସବୁ ଖାସ୍‌ କରି ଜାହାଜ, ସମୁଦ୍ର ପଥ ଜରିଆରେ କରାଯାଉଥିଲା । କିନ୍ତୁ ଆଜି ସାଇନ୍ସ ଆଣ୍ଡ ଟେକ୍ନୋଲେଜି ଏତେ ମାତ୍ରାରେ ଡେଭଲପ୍‌ କଲାଣି ଯେ ବାସ୍ପ ଇଞ୍ଜିନ, କାର ଏବଂ ବିମାନର ଆବିଷ୍କାର ହେବା ସହିତ ଯାତ୍ରାକୁ ମଧ୍ୟ ସହଜ ଆଉ ସୁବିଧା ବନାଇ ଦିଆଯାଇଛି । ଏଥିପାଇଁ ପର୍ଯ୍ୟଟକଙ୍କୁ ଦୁନିଆର କୌଣସି କୋଣ ଅନୁକୋଣକୁ ଯାତ୍ରା କରିବା ସହଜ ହେଉଛି । ଆଜିକାଲି ବହୁତ ଲୋକ ବାଇକରେ ଦୁନିଆ ଭ୍ରମଣ କରିବାକୁ ସଉକ ରଖୁଛନ୍ତି । ଆଉ ଏହି ଟ୍ରେଣ୍ଡକୁ ଫଲୋ କରି ମହାରାଷ୍ଟ୍ରର ଜଣେ ଯୁବକ କୀର୍ତ୍ତିମାନ ରଚିଛନ୍ତି । ଯିଏକି ନିଜ ବାଇକରେ ମୁମ୍ବାଇରୁ ଲଣ୍ଡନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ଏହି ଯୁବକଙ୍କ ନାଁ ହେଉଛି ଯୋଗେଶ ଅଲେକାରୀ । ସେ ୧୩୬ ଦିନରେ ଦୁଇଟି ମହାଦ୍ୱୀପ ଏବଂ ୨୯ ହଜାର କିଲୋମିଟର ଦୂରତା ଯାତ୍ରା କରିସାରିଲେଣି ।

ଯୋଗେଶ ଚଳିତ ବର୍ଷ ଜୁଲାଇରେ ମୁମ୍ବାଇରୁ ନିଜ ଯାତ୍ରାର ଷ୍ଟାର୍ଟିଙ୍ଗ ପଏଣ୍ଟ ମାନି ବାଇକରେ ଲଣ୍ଡନ ଯାତ୍ରା ଆରମ୍ଭ କରିଥିଲେ । ସେ ୨୭ଟି ଦେଶ ଯାତ୍ରା କରିବା ପରେ ମୁମ୍ବାଇ ଫେରିବେ । ନବୀ ମୁମ୍ବାଇର ବାସିନ୍ଦା ଯୋଗେଶ କୁହନ୍ତି ସେ ଇଣ୍ଟରନ୍ୟାସନାଲ ଅଭିଯାନ ନିଜ ବାଇକ ଦ୍ୱାରା କରୁଛନ୍ତି ସେଥିପାଇଁ ସେ ବହୁତ ରୋମାଞ୍ଚିତ ଅଛନ୍ତି । ତେବେ କହିରଖିବାକୁ ଚାହିଁବୁ ଯେ ୧୩୬ ଦିନରେ ମହାଦୀପର ଯାତ୍ରା ଏବଂ ୨୯ହଜାର କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି । ସେ ନିଜ ଯାତ୍ରାର ଅନୁଭବକୁ ସେୟାର କରି କହିଥିଲେ ଯେ ପ୍ରତିଦିନ ତାଙ୍କ ପାଇଁ ଏକ ରୋମାଞ୍ଚକର ଅନୁଭୂତି ଥିଲା ।

ଯୋଗେଶ କୁହନ୍ତି ଅନ୍ତରାଷ୍ଟ୍ରୀୟ ସୀମାରେ ଯାତ୍ରା କରିବା ସମୟରେ ବହୁତ କିଛି ସଂଘର୍ଷମୟ ସମୟ ଆସିଥିଲା, ଯେମିତିକି ବାଇକ ଖରାପ ହେବା ଏବଂ ଏମିତି ଆହୁରି ଅନେକ ସମସ୍ୟାକୁ ସେ ସାମ୍ନା କରିଥିଲେ । ସେ ଟ୍ରାଫିକ ରୁଲ୍ସ ମାନିବା ସହିତ ହେଲମେଟ ପିନ୍ଧିବା, ରାସ୍ତାର ସବୁ ନିୟମକୁ ପାଳନ କରିବା ଉପରେ ଖାସ୍‌ ଧ୍ୟାନ ଦେଇଥିଲେ । ସେ ଆଗକୁ କହିଛନ୍ତି ଯଦି ଆପଣ ସୁରକ୍ଷିତ ଭାବେ ଗାଡି ଚଲାଇବେ ତାହେଲେ ବାଇକ ହେଉଛି ଏ ଦୁନିଆର ସବୁଠୁ ଆନନ୍ଦଦାୟକ ବାହନ । ଅନ୍ୟପଟେ ଯଦି ଆପଣ ସୁରକ୍ଷା ଉପାୟକୁ ପାଳନ କରିବେନାହିଁ ତାହେଲେ ଆପଣଙ୍କ ପାଇଁ ଏହା ବିପଦପୂର୍ଣ୍ଣ ସାଜିପାରେ ।

ଡେପୁଟୀ ଟ୍ରାନ୍ସପୋର୍ଟ କମିଶନର (ସଡକ ସୁରକ୍ଷା) ଭରତ କାଲସ୍କର ମୁମ୍ବାଇରେ ବାଇକର୍ସଙ୍କୁ ସ୍ୱାଗତ କଲେ । ସେ କହିଲେ ଯେ ଆମେ ବାଇକର୍ସଙ୍କୁ ଦୁର୍ବଳ ରାସ୍ତାରେ ଉପଯୋଗକର୍ତ୍ତା ଭାବେ ଗଣୁଛୁ । କିନ୍ତୁ ଯୋଗେଶ ପ୍ରମାଣ କରିଦେଲେ ଯେ ଯଦି କିଏ ରାସ୍ତାର ସମସ୍ତ ଉପାୟ ବା ନିୟମକୁ ଆପଣେଇବେ ତାହେଲେ ସେ ସବୁ ଗନ୍ତବ୍ୟପଥକୁ ପାର କରିପାରିବେ ।

ଜଣାଇବାକୁ ଚାହିଁବୁ ଯେ ଚଳିତ ବର୍ଷ ଯୋଗେଶ ଆରଟିଓ ଅଫିସରଙ୍କ ସହ ସାକ୍ଷାତ କରି ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ସଡକ ସୁରକ୍ଷାର ଏକ ଚର୍ଚ୍ଚାରେ ଭାଗ ନେଇଥିଲେ । ପ୍ରତିକୂଳ ପରିସ୍ଥିତିରେ କେମିତି ସୁରକ୍ଷିତ ଯାତ୍ରା କରିବେ ଏବଂ ସଡକ ସୁରକ୍ଷା ଉପରେ ଅନେକ କିଛି ଟିପ୍ସ ଏବଂ ବିଚାର ପରାମର୍ଶ ନେବା ପରେ ତାଙ୍କଚ ଚଳିତ ବର୍ଷ ୨୭ ଜୁଲାଇରେ ଆରଟିଓ ଅଧିକାରୀଙ୍କ ପକ୍ଷରୁ ଗ୍ରୀନ୍‌ ପତାକା ଦିଆଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.