Below header

ଶୀତଦିନେ ପିଅନ୍ତୁ ଗାଜର ଜୁସ, ମିଳିବ ଅନେକ ଫାଇଦା

ଗାଜର ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର ହୋଇଥାଏ । ତେଣୁ ଡାକ୍ତର ମଧ୍ୟ ସକାଳୁ ଗାଜର ଖାଇବାକୁ ପରାମର୍ଶ ଦେଇଥାନ୍ତି । ହେଲେ କଞ୍ଚା ଗାଜର ଖାଇବା ଠାରୁ ଗାଜର ଜୁସ୍ ଅଧିକ ଲାଭଦାୟକ ହୋଇଥାଏ । ଖାସ୍ କରି ଶୀତଦିନେ ଗାଜର ଜୁସ୍ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।

ଗାଜର ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର ହୋଇଥାଏ । ତେଣୁ ଡାକ୍ତର ମଧ୍ୟ ସକାଳୁ ଗାଜର ଖାଇବାକୁ ପରାମର୍ଶ ଦେଇଥାନ୍ତି । ହେଲେ କଞ୍ଚା ଗାଜର ଖାଇବା ଠାରୁ ଗାଜର ଜୁସ୍ ଅଧିକ ଲାଭଦାୟକ ହୋଇଥାଏ । ଖାସ୍ କରି ଶୀତଦିନେ ଗାଜର ଜୁସ୍ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଗାଜର ଜୁସ୍‌ରେ ଅଧିକ ପରିମାଣର ଭିଟାମିନ୍ ରହିଛି, ଯାହା ଦୃଷ୍ଟି ଶକ୍ତି ବଢାଇବାରେ ବେଶ୍ ସହାୟକ ହୋଇଥାଏ ।

ଗାଜର ରସ ଆଖି ପାଇଁ ବହୁତ ଭଲ । ଗାଜର ରସରେ ଅନେକ ପରିମାଣର ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ । ଏହି ଜୁସ୍ ଇମ୍ୟୁନିଟି ସିଷ୍ଟମ୍‌କୁ ମଜବୁତ କରିବାରେ ସାହାଯ୍ୟ କରେ । ଏହି ରସରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି । ଗାଜର ଜୁସ୍ ପିଇବା ଏହା ଦ୍ୱାରା ସୁଗର ଲେବଲ୍‌କୁ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ । ଗାଜର ଜୁସ୍‌ରେ ଅଧିକ ପରିମାଣର ଭିଟାମିନ୍ ସି ଥାଏ । ଏହି ଜୁସ୍ ସ୍କିନକୁ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀରୁ ରକ୍ଷା କରିଥାଏ ।

ଏହି ଜୁସ୍ ଆଣ୍ଟି ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟୋରୀ ଗୁଣରେ ଭରପୂର ରହିଥାଏ । ଏହା ଲିଭର ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ଏଥି ସହିତ ଗାଜର ଜୁସ୍‌ରେ ଅଧିକ ପରିମାଣର ପୋଟାସିୟମ୍ ଥାଏ ଯାହାଦ୍ଵାରା ରକ୍ତଚାପର ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହା ହୃଦରୋଗକୁ ଦୂରେଇ ରଖିବାରେ ମଧ୍ୟ ବେଶ୍ ସହାୟକ ହୋଇଥାଏ । ଗାଜର ଜୁସ୍‌ରେ କର୍କଟ ବିରୋଧୀ ଗୁଣ ରହିଛି । ଅଧ୍ୟୟନ ଅନୁଯାୟୀ, ଏହି ରସ ପିଇବା ଦ୍ୱାରା କର୍କଟ ରୋଗରୁ ରକ୍ଷା ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.