ସ୍କୁଲ୍‌ରେ ଶିକ୍ଷୟିତ୍ରୀ ବେକରେ ପକାଇଲେ ସାପ, ଛାତ୍ରଛାତ୍ରୀଙ୍କର ଉଡ଼ିଗଲା ହୋସ୍‌

ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଲା ବେକରେ ସାପ ପକାଇ ଫଟୋ ଉଠାଇବା। କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ ବ୍ଲକ୍‌ ଶିକ୍ଷା ଅଧିକାରୀ । ତେବେ ଏଭଳି ଘଟଣା ଅମରୋହ ଅଞ୍ଚଳର ସୁଲତାନ୍‌ ଥେର୍‌ ଜିଲ୍ଲାର । ଏହି ଜିଲ୍ଲାର ଅବସ୍ଥିତ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।

ନୂଆଦିଲ୍ଲୀ : ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଲା ବେକରେ ସାପ ପକାଇ ଫଟୋ ଉଠାଇବା। କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ ବ୍ଲକ୍‌ ଶିକ୍ଷା ଅଧିକାରୀ । ସୋମବାର ଦିନ ସୋଶିଆଲ ମିଡିଆରେ ଶିକ୍ଷୟିତ୍ରୀଙ୍କର ବେକରେ ସାପ ପକାଇବା ଫଟୋ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେଉଛି । ସେଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ।

ସାପ ଏକ ଭୟଙ୍କର ଜନ୍ତୁ । ସାପ ନିକଟରୁ ସମସ୍ତେ ଦୂରରରେ ରହିବାକୁ ପସନ୍ଦ କରିଥାଆନ୍ତି । ହେଲେ ନିକଟରେ ସ୍କୁଲ୍‌ରେ ପାଠ ପଢ଼ାଉଥିଲେ ଶିକ୍ଷୟିତ୍ରୀ । କିନ୍ତୁ ଛାତ୍ର ଛାତ୍ରୀଙ୍କ ଗହଣରେ ଥିବା ବେଳେ ହଠାତ୍‌ ଶିକ୍ଷୟତ୍ରୀ ଜଣଙ୍କ ବେକରେ ସାପ ପକାଇଥିଲେ । ଯାହାକୁ ଦେଖି ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଏହି ଫଟୋ କ୍ଷଣକ ମଧ୍ୟରେ ତୀବ୍ର ବେଗରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏଭଳି ଘଟଣା ଉତ୍ତରପ୍ରଦେଶର ଅମରୋହ ଅଞ୍ଚଳର ସୁଲତାନ୍‌ ଥେର୍‌ ଜିଲ୍ଲାର । ଏହି ଜିଲ୍ଲାର ଅବସ୍ଥିତ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଶିକ୍ଷୟିତ୍ରୀ ଜଣକ କିପରି ବେକରେ ସାପ ପକାଇ ପିଲାମାନଙ୍କୁ ଦେଖାଉଛନ୍ତି । ଯେତେବେଳେ ଲୋକମାନେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଦେଖିଲେ, ସେମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବା ଆରମ୍ଭ କଲେ । ଏହି ବିଷୟ ଶିକ୍ଷା ବିଭାଗର ଅଧିକାରୀଙ୍କ ନଜରକୁ ଆସିଲା, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। କିଛି ମାସ ପୂର୍ବେ ଖୁଙ୍ଗାୱାଲିର ଚାରିଜଣ ଶିକ୍ଷକଙ୍କ ରିଲ ତିଆରି କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଯେଉଁଥିପାଇଁ ବିଭାଗ ଲଜ୍ଜିତ ହୋଇଥିଲା। ଏବେ ଆଉ ଜଣେ ଶିକ୍ଷକ ବେକରେ ସାପ ଲଗାଇ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି। ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ଶିକ୍ଷା ମନ୍ଦିରରେ ଏପରି କାର୍ଯ୍ୟ କରିବା କିପରି ମନକୁ ଆସେ? ଏନେଇ ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ଚାନ୍ଦ କହିଛନ୍ତି ଯେ ଶିକ୍ଷକ ତଥା ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଯଦି ଶୀଘ୍ର ପ୍ରତିକ୍ରିୟା ନ ଦିଆଯାଏ ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.