ଚିନ୍ତା ବଢ଼ାଇଲା କରୋନାର ନୂଆ ସବ୍‌-ଭାରିଆଣ୍ଟ୍‌ JN.1, ଦେଶର ତିନି ରାଜ୍ୟରେ ୨୧ ରୋଗୀ ଚିହ୍ନଟ

କରୋନାର ନୂଆ ସବ୍‌-ଭାରିଆଣ୍ଟ JN.1 ଭାରତରେ କାୟା ବିସ୍ତାର କରୁଛି। ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ଏଥିରୁ ହେଉଥିବା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ଦେଶର ତିନି ରାଜ୍ୟରୁ ୨୧ଟି JN.1 ମାମଲା ସାମ୍ନାକୁ ଆସିଛି। ସେଥିରୁ ୧୯ ରୋଗୀ ଗୋଆରେ ଚିହ୍ନଟ ହୋଇଥିବା ବେଳେ କେରଳ ଏବଂ ମହାରାଷ୍ଟ୍ରରେ ଜଣେ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁତାବକ, କୋଭିଡ୍‌ର ଏହି ନୂଆ ଭାରିଆଣ୍ଟ ବର୍ତ୍ତମାନ ବିଶ୍ୱର ୪୦ଟି ଦେଶରେ ବ୍ୟାପିିଛି। ଏହି ଭାରିଆଣ୍ଟର ବିଶେଷତ୍ତ୍ୱ ହେଉଛି, ଏହା ଅନ୍ୟ ଷ୍ଟ୍ରେନ୍‌ ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଛି। ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଭିକେ ପଲ୍‌ ବୁଧବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନୂଆ ସବ୍‌-ଭାରିଆଣ୍ଟର ଆକ୍ଟିଭ୍‌ ମାମଲା ମଧ୍ୟରୁ ୯୨.୮ ପ୍ରତିଶତ ମାମଲା ହୋମ୍‌-ଆଇସୋଲେସନର ରହିଛି। କୋଭିଡ୍‌ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବା ହାର ବୃଦ୍ଧି ପାଇନାହିଁ।

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବ୍‌-ଭାରିଆଣ୍ଟ JN.1କୁ ନେଇ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ପ୍ରତି ତିନି ମାସରେ ଥରେ ସବୁ ହସ୍ପିଟାଲରେ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.