Below header

ନୋକିଆ ପ୍ଲାଣ୍ଟର ୪୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ, କମ୍ପାନୀରେ ପଡିଲା ତାଲା

ବିଶ୍ୱର ଅନ୍ୟତମ ବରିଷ୍ଠ ଫୋନ ନିର୍ମାତା କମ୍ପାନୀ ନୋକିଆର ତାମିଲ ନାଡୁ ସ୍ଥିତ ମ୍ୟାନୁଫାକଚରିଂ ପ୍ଲାଣ୍ଟରେ କାର୍ଯ୍ୟରତ  ୪୨ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କାରଣରୁ କମ୍ପାନୀର ଏହି ପ୍ଲାଣ୍ଟକୁ ବନ୍ଦ କରିଦେବା ନେଇ ନିଷ୍ପତି ନେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । କମ୍ପାନୀ ତରଫରୁ ଏହା ମଧ୍ୟ କୁହାଯାଇଛିକି, ଏହି କାରଣରୁ ତାମିଲ ନାଡୁ ସ୍ଥିତ ଶ୍ରୀ ପେରୁବୁନ୍ଦୁର ସ୍ଥିତ ପ୍ଲାଣ୍ଟକୁ ବନ୍ଦ କରି ଦିଆ ଯାଇଥିଲା । କିଛି କର୍ମଚାରୀଙ୍କ ଠାରେ କରୋନା ଚିହ୍ନଟ ହେବା ପରେ କମ୍ପାନୀ ତରଫରୁ ଏହି ଅଫିସିଆଲ ସୂଚନା ଦିଆଯାଇଛି । ଏଯାବତ କମ୍ପାନୀର ସମୁଦାୟ କେତେ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ତାହା ବାବଦରେ କୌଣସି ସୂଚନା ଦିଆଯାଇନାହିଁ । କହିରଖିବା ଉଚିତ ହେବକି, କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ  ୨୫ ତାରିଖରୁ ଲକ ଡାଉନ ଜାରି କରା ଯାଇଥିଲା ।

କିନ୍ତୁ ଏବେ କିଛି ଦିନ ହେବ ଏହି ନିୟମ ଗୁଡିକରେ କିଛିଟା କୋହଳ କରାଯାଇଛି । ନିୟମ କୋହଳ ହେବା ପରେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ କମ୍ପାନୀ ନିଜ କାମ ଆରମ୍ଭ କରି ପାରିବେ । ସରକାରଙ୍କ ତରଫରୁ ନିୟମ ଜାରି ହେବା ପରେ ତାମିଲନାଡୁ ସ୍ଥିତ ପ୍ଲାଣ୍ଟକୁ ଖୋଲା ଯାଇଥିଲା । କିନ୍ତୁ ୪୨ ଜଣ ପଜିଟିଭ ବାହାରିବା ପରେ ପ୍ଲାଣ୍ଟକୁ ପୁଣି ଥରେ ବନ୍ଦ କରିଦିଆଯାଇଛି । କିଛି ଦିନ ପୂର୍ବେ ଗ୍ରେଟର ନୋଏଡା ସ୍ଥିତ ଓପୋ ମୋବାଇଲ ପ୍ଲାଣ୍ଟକୁ ବନ୍ଦ କରି ଦିଆଯାଇଥିଲା । ସୂଚନା ମୁତାବକ କମ୍ପନିରୁ  ୯ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.