ବାବା ଆଖଣ୍ଡଳମଣିଙ୍କ ପୀଠରେ ସରିଲା ଦେବ ଦମ୍ପତିଙ୍କ ବିବାହ, ପ୍ରଭୁଙ୍କ ଦର୍ଶନ ନମିଳିବାରୁ ନିରାଶ ହେଲେ ଭକ୍ତ

ଚାନ୍ଦବାଲି : ସମ୍ପୂର୍ଣ ରୀତିନୀତି ଓ ବିଧି ବିଧାନ ଅନୁସାରେ ସମ୍ପନ୍ନ ହେଲା ଦେବ ଦେବ ମହାଦେବ ଓ ପାର୍ବତୀଙ୍କ ଶୁଭ ବିବାହ ଉତ୍ସବ। ଶିବ ବିବାହ ପାଇଁ ଉତ୍ସବ ମୁଖରିତ ହୋଇ ଉଠିଥିଲା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ। ସମସ୍ତ ସେବାୟତଙ୍କ ଘର ଆଗରେ ବସିଥିଲା ଶୁଭ କଳସ । ତେବେ ଲକ ଡାଉନ କଟକଣା ପାଇଁ ସବୁ ବର୍ଷ ଭଳି ଚଳିତ ବର୍ଷ ଯାକଯମକରେ ପାଳିତ ହୋଇନଥିଲା ଏହି ଉତ୍ସବ । ନାଁଥିଲା ଆକର୍ଷଣୀୟ ଶୋଭାଯାତ୍ରା ନାଁ ସାମିଲ ହୋଇଥିଲେ ବରଯାତ୍ରୀ ନା ଶୁଣିବାକୁ ମିଳିଥିଲା ପାରମ୍ପରିକ ବାଦ୍ୟର ଶଦ୍ଦ । କେବଳ ପୁରୋହିତ ମନ୍ତ୍ରପାଠରେ ସମ୍ପନ୍ନ ହୋଇଥିଲା ଆରଡିର ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ ଉତ୍ସବ ।

ତେବେ ଅପରାହ୍ନରେ ହନୁମାନ ବରଧରା ବେଶରେ ମହାଦେବଙ୍କୁ ନିମନ୍ତ୍ରଣ କରିବା ପରେ ସେହି ଅପରାହ୍ନରେ ବରକର୍ତ୍ତା ତପନ ପାଢୀଙ୍କ ଘରୁ ମହାଦେବ ବର ବେଶରେ ଏକ ସୁସଜ୍ଜିତ ବିମାନରେ ମନ୍ଦିର ହେବାକୁ ଆସିଥିଲେ । ବେଢା ଭିତରେ ପ୍ରଶାସନର କଟକଣାକୁ ମାନି ପୁରୋହିତ,କନ୍ୟା ଓ ବରର୍ତ୍ତା ସମେତ ମୋଟ ୫ଜଣ ଉପସ୍ଥିତ ରହି ବିବାହ ସମ୍ପନ୍ନ କରିଥିଲେ । ତେବେ ବିବାହ ପରେ ଯୁଗଳମୂର୍ତୀକୁ ଦର୍ଶନ କରିବାରୁ ଶହ ଶହ ଭକ୍ତ ବଂଚିତ ହୋଇଥିଲେ । ତାହା ସହ ଏହି ଉତ୍ସବରେ ବହୁ ସେବାୟତମାନେ ସାମିଲ ହୋଇପାରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.