କଣ ଆପଣ କେବେ ମଇଁଷିକୁ ଷ୍ଟଣ୍ଟ କରିବାର ଦେଖିଛନ୍ତି, ଯଦି ନା ତାହେଲେ ଦେଖନ୍ତୁ ଏ ଭିଡ଼ିଓ

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି। ଯାହାକୁ ଦେଖି ଲୋକମାନେ ପସନ୍ଦ କରିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ଭିଡିଓରେ ଆପଣ ଦେଖିପାରୁବେ ଯେ ତିନି ଜଣ ବାଘ ଜଣେ ଗୋଟେ ମଇଁଷିକୁ ଆକ୍ରମଣ କରିଛନ୍ତି। କିନ୍ତୁ ବାଘ କବଳରୁ ମଇଁଷି ନିଜକୁ ରକ୍ଷା କରିବାର ତରିକା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ମଇଁଷି ବାଘ କବଳରୁ ଏମିତି ନିଜକୁ ରକ୍ଷା କରିଛି ଯେ ଆପଣ ବି ବିଶ୍ୱାସ କରିପାରିବେ ନାହିଁ ଯେ ସତରେ କଣ ବାଘକୁ ଚକମା ଦେଖେଇ ରକ୍ଷା ପାରିଲା। ଆଜ୍ଞା ହଁ ଆପଣ ଯାହା ଦେଖୁଛନ୍ତି ଠିକ ଦେଖୁଛନ୍ତି। ବାଘ ଆଗରେ ଏମିତି ଦ୍ରୁତ ଗତିରେ ଦୌଡ଼ି ଥିବା ପଶୁଟି ହରିଣ ନୁହେଁ, ବରଂ ମଇଁଷିଟେ।


ଜଙ୍ଗଲରେ ସୁଟ ହୋଇଥିବା ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଉଛି। ଭିଡ଼ିଓରେ ଆପଣ ଦେଖିପାରୁଥିବେ ଯେ ନଦୀ ପାଖରେ ଏକ ମଇଁଷି ଯାଉଛି। ଠିକ ସେହି ସମୟରେ ତିନି ଜଣ ବାଘ ତାକୁ ଘେରି ଘେରି ନଉଛନ୍ତି ଗୋଟେ ବାଘ ତାକୁ ଆଟାକ ମଧ୍ୟ କରୁଥିଲା ମଇଁଷିଟି ହଠାତ ଏମିତି ଉପରକୁ ଡେଇଁ ଡେଇଁ ଦୌଡ଼ିଲା ଯେ ତିନି ଜଣ ବାଘ ତା ପଛରେ ଦୌଡ଼ିଲେ। କିନ୍ତୁ ବାଘଟି ତୁରନ୍ତ ଦୌଡ଼ି ଦୂରକୁ ଚାଲିଗଲା। ୧୫ ସେକେଣ୍ଡର ଏହି ଭିଡିଓରେ ଦେଖାଯାଇଛି ଯେ ମଇଁଷି ନିଜର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଛି।

ବାସ୍ତବରେ ଯେତେବେଳେ କଥା ନିଜ ଜୀବନ ଉପରକୁ ଆସେ ତାହେଲେ ଯେତେବି ଶକ୍ତିଶାଳୀ ଜୀବ ହୋଇଥାଉ ନା କାହିଁକି ବଳ ଆପେ ଆପେ ଆସିଯାଏ। ସତରେ ମଇଁଷିଟିର ଏମିତି ଦୌଡ ଦେଖିବାକୁ କୌଣସି ଷ୍ଟଣ୍ଟ ଠାରୁ କମ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.