କୋରାପୁଟରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରସବ କଲେ ମହିଳା, ଜନ୍ମ ଦେଲେ ଶିଶୁପୁତ୍ର

କୋରାପୁଟ: କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରସବ କଲେ ମହିଳା। ଜନ୍ମ ଦେଲେ ଶିଶୁପୁତ୍ର। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାଠରଗଡ଼ା ସଙ୍ଗରୋଧ ଗୃହରେ ଘଟିଛି ଏହି ଘଟଣା । ତେବେ ବର୍ତ୍ତମାନ  ମାଆ ଓ ଶିଶୁ ପୁତ୍ର ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାପଡିଛି । ଉଭୟଙ୍କୁ ବୋରିଗୁମ୍ମା ବ୍ଲକ କୁମୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ଭଦ୍ରାଚଳାମରେ ଦାଦନ ଭାବେ କାମ କରୁଥିଲେ। ଲକ୍‌ଡାଉନ୍‌ ଫଳରେ ସେ ସପ୍ତାହେ ତଳେ ତାଙ୍କ ସ୍ୱାମୀଙ୍କ ସହ ନିଜ ଗାଁକୁ ଫେରି ବୋରିଗୁମ୍ମାରେ ସଙ୍ଗରୋଧ ଗୃହରେ ରହିଥିଲେ। ଗତକାଲି ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଖବର ପାଇ ଅଙ୍ଗନୱାଡି କର୍ମୀ, ଆଶାକର୍ମୀଙ୍କ ସହ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ପ୍ରସବ କରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.