Below header

ମନ୍ଦିର ଭିତରେ ନରବଳି ଦେଲେ ପୂଜକ, କୁରାଢ଼ୀରେ ବୀଭତ୍ସ ଭାବେ ବ୍ଯକ୍ତିଙ୍କ ମୁଣ୍ଡ ଗଣ୍ଡି କଲେ ଅଲଗା

ନରସିଂହପୁର: ମନ୍ଦିରରେ ଭିତରେ ନରବଳି ଦେଲେ ପୂଜକ । ବିଭତ୍ସ ଭାବେ ମୁଣ୍ଡ ଗଣ୍ଡି କଲେ ଅଲଗା । ଏଭଳି ଲୋମହର୍ଷଣକାରୀ ହତ୍ଯାକାଣ୍ଡ ଘଟିଛି କଟକ ଜିଲ୍ଲା ନରସିଂପୁର ବ୍ଳକ୍ ବନ୍ଧହୁଡା ଗ୍ରାମରେ । ସ୍ଥାନୀୟ ଅଞ୍ଚଳର ୫୨ ବର୍ଷ ବୟସ୍କ ସରୋଜ କୁମାର ପ୍ରଧାନ ନାମକ ଜଣେ ବ୍ଯକ୍ତିଙ୍କୁ ଉକ୍ତ ଗ୍ରାମର ବ୍ରାହ୍ମଣୀଦେଇ ମନ୍ଦିରର ପୂଜକ ୭୦ ବର୍ଷ ବୟସ୍କ ସଂସାରୀ ଓଝା ଠାକୁରଙ୍କ ବ୍ଯବହ୍ରୁତ କୁରାଢୀରେ ହତ୍ଯା କରି ନରସିଂହପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ପୂଜକ ଜଣଙ୍କ ହତ୍ଯା କରିଥିବା ନେଇ ସ୍ବୀକାର କରିଥିବା ବେଳେ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରି ପଚରା ଉଚରା ଜାରି ରଖିଛନ୍ତି । ତେବେ ବୋଦା ବଳିକୁ ନେଇ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ଯାକାଣ୍ଡ ଘଟିଥିବା କୁହାଯାଉଛି । ପୂଜକ ଜଣଭ୍କ ସହିତ ମ୍ରୁତକଙ୍କର ବହୁଦିନ ହେବ ଶତ୍ରୁତା ଲାଗି ରହିଥିଲା । ଅନ୍ଯପଟେ ମ୍ରୁତ ସରୋଜଙ୍କ ନାରେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.