Below header

ପ୍ରେମିକଙ୍କ ସହତି ପତ୍ନୀଙ୍କୁ ଡ୍ଯାନ୍ସ କରୁଥିବା ଦେଖି ଏମିତି ରିଆକ୍ସନ ଦେଲେ ରଣବୀର ସିଂହ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର କପୁର ଅନେକ ଫିଲ୍ମରେ ଏକାଠି ନଜର ଆସିସାରିଛନ୍ତି। ଦୁଇ ଜଣଙ୍କ କେମେଷ୍ଟ୍ରି ମଧ୍ଯ ବଲିଉଡ ଜଗତରେ ଖୁବ୍ ଧମାଲ ସୃଷ୍ଟି କରିଥାଏ। କିନ୍ତୁ ଏସବୁ ମଧ୍ଯରେ ରଣବୀର କପୁର ଏବଂ ଦୀପିକା ପାଦୁକୋନଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ଜଣ ସୁପର ହିଟ୍ ସଙ୍ଗ୍ ‘ବଲମ ପିଚକାରୀ’ରେ ଡ୍ଯାନ୍ସ କରୁଥିବାର ନଜର ଆସିଛନ୍ତି। ସୂଚନା ମୁତାବକ ଏହି ଭିଡିଓରେ ଦୀପିକା ପାଦୁକୋନଙ୍କ ପତି ଏବଂ ଅଭିନେତା ରଣବୀର ସିଂହ ଜବରଦସ୍ତ ରିଏକ୍ସନ ମଧ୍ଯ ଦେଇଛନ୍ତି।

ରଣବୀର କପୁର ଏବଂ ଦୀପିକା ପାଦୁକୋନଙ୍କ ଏହି ଭିଡିଓକୁ ଭୁଂପଲା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଛନ୍ତି। ଭିଡିଓରେ ଦୁଇ ଜଣ ଡ୍ଯାନ୍ସ କରୁଥିବା ବେଳେ ରଣବରୀର ସିଂହ ମଝିରେ ମଝିରେ ଦୀପିକା ପାଦୁକୋନଙ୍କୁ ଚିୟର କରୁଥିବାର ନଜର ଆସିଛନ୍ତି। ମଝିରେ ମଝିରେ ସେ Yeah baby ପାଟି କରି ଦୀପିକାଙ୍କ ହୋସ୍ ବଢାଇବା ପାଇଁ ଚେଷ୍ଟା କରିଛନ୍ତି, ଯାହା ଦର୍ଶକମାନେ ଖୁବ୍ ପସନ୍ଦ କରିବା ସହ କମେଣ୍ଟ ମଧ୍ଯ କରିଛନ୍ତି। ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ଯନ୍ତ ରଣବୀର ଏବଂ ଦୀପିକା ବଚନା ଏ ହସିନା, ୟେ ଯବାନୀ ହେ ଦିୱାନୀ ଏବଂ ତମାସା ରେ ଏକାଠି ନଜର ଆସିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.