ରାଜ୍ୟରେ ପୁଣି ୬୭ କରୋନା ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ପୁଣି ୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି । ଏବାବଦରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।ସୂଚନା ଅନୁଯାୟୀ ୬୭ ଜଣଙ୍କ ମଧ୍ୟରୁ ୬୫ ଜଣ କ୍ଵାରିଣ୍ଟିଂନ ସେଣ୍ଟରରେ ଥିଲେ ।ଚିହ୍ନଟଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାର ୨୬ ଜଣ ଥିବା ବେଳେ ଯାଜପୁରର ୧୧ ଜଣ ଅଛନ୍ତି । ଯେବେକି ଖୋର୍ଦ୍ଧା ଜିଲ୍ଲାରୁ ୧୧ ଜଣ ଅଛନ୍ତି । ଅନ୍ୟ ପକ୍ଷରେ ନୟାଗଡରୁ ୭ ଜଣ ଥିବା ବେଳେ ବଲାଙ୍ଗୀର ଓ ଜଗତସିଙ୍ଘପୁର ଜିଲାରୁ ୨ ଜଣ ଲେଖାଏଁ ଅଛନ୍ତି । ଯେବେକି କେଉଁଝର ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି । ଅନ୍ୟପକ୍ଷରେ ସମ୍ବଲପୁରରୁ ୨ ଜଣ ଓ ସୋନପୁର ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ ଅଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.