ନିର୍ବାଚନ ପୂର୍ବରୁ କଂଗ୍ରେସ ରାଲିରେ ଉଡିଲା ୫୦୦ ଟଙ୍କିଆ ନୋଟ, ଭିଡିଓ ଭାଇରଲ

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଲିରେ ଉଡିଲା ୫୦୦ ଟଙ୍କିଆ ନୋଟ । କଂଗ୍ରେସର କର୍ଣ୍ଣାଟକ ମୁଖ୍ୟ ଡିକେ ଶିବକୁମାର ରାଲିରେ ଲୋକଙ୍କ ଉପରକୁ ଟଙ୍କା ଫିଙ୍ଗିବା ଘଟଣାର ଭିଡିଓ ସାମ୍ନାକୁ ଆସିଛି ।

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଏହା ପୂର୍ବରୁ ପ୍ରଚାର ରାଲିରେ ନୋଟ ଉଡ଼ାଇଛନ୍ତି କଂଗ୍ରେସର କର୍ଣ୍ଣାଟକ ମୁଖ୍ୟ ଡିକେ ଶିବକୁମାର। ମାଣ୍ଡ୍ୟା ଜିଲ୍ଲାର ବେବିନାହଲ୍ଲୀରେ ୫୦୦ ଟଙ୍କିଆ ନୋଟ ଲୋକଙ୍କ ଉପରେ ଉଡାଇଛନ୍ତି । ସେ ଲୋକଙ୍କୁ କିଛି କହିବା ସହ ସେମାନଙ୍କ ଉପରକୁ ନୋଟ ଫିଙ୍ଗିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ଆଉ କିଛି ମାସ ପରେ କର୍ଣ୍ଣାଟକାରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସବୁ ଦଳ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏହିକ୍ରମରେ ଆଜି ଶିବକୁମାର ଓ ଅନ୍ୟ କଂଗ୍ରେସ ନେତାମାନଙ୍କ ସହ ମିଶି ମାଣ୍ଡ୍ୟାରେ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରା ବେବିନାହଲ୍ଲୀରେ ଚାଲିଥିବା ବେଳେ ଶିବକୁମାର ନୋଟ ଉଡ଼ାଇଛନ୍ତି।

ଆଜି ସେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ଶୋଭଯାତ୍ରାରେ ସାମିଲ ହୋଇଥିଲେ। ଏହି ସମୟରେ ସେ ଗୋଟିଏ ବସ୍ ଉପରେ ଛିଡ଼ା ହୋଇ ଲୋକଙ୍କୁ ଅଭିବାଦନ ଜଣାଉଥିଲେ। ତେବେ ଶୋଭାଯାତ୍ରାରେ ଯାଉଥିବା ବେଳେ ଗୋଟିଏ ରଥ ପ୍ରୋସେସନ ସହ ତାଙ୍କର ଦେଖା ହୋଇଥିଲା। ଏହାପରେ ଶିବକୁମାର କିଛି ଟଙ୍କା ଆଣି ପ୍ରୋସେସନରେ ସାମିଲ ଥିବା ଲୋକଙ୍କୁ ଦେଖାଇଥିଲେ। ଏହାପରେ ସେମାନଙ୍କୁ କିଛି କହିବା ସହ ନୋଟ ଫିଙ୍ଗିଥିଲେ। ଏହି ଭିଡିଓଟି ଏବେ ବେଶ ଭାଇରଲ ହେବାରେ ଲାଗିଛି।
କର୍ଣ୍ଣାଟକା କଂଗ୍ରେସର ମୁଖ୍ୟ ଶିବକୁମାର। ଯଦି କଂଗ୍ରେସ କ୍ଷମତାକୁ ଆସିବ, ତା’ହେଲେ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ। ଏଥିପାଇଁ ପୂରା ପ୍ରଚାର ଦାୟିତ୍ୱ ଶିବକୁମାର ନିଜେ ବୁଝୁଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ମଙ୍ଗଳବାର ଦିନ ପ୍ରଦେଶ କଂଗ୍ରେସର ପ୍ରମୁଖ ଡି କେ ଶିବକୁମାରଙ୍କ ଉପରେ ବିଜେପି ବିଧାୟକ ଜଣକ ନିର୍ବାଚନ କ୍ଷେତ୍ରରେ ଟିକେଟ ପାଇଁ ଲବି କରୁଥିବା ଅଭିଯୋଗ ହୋଇଥିଲା । ସେଠାରେ ଏପର୍ଯ୍ୟନ୍ତ କଂଗ୍ରେସ କାହାକୁ ଟିକେଟ ଦେବ ତାହା ଘୋଷଣା କରିନାହିଁ ।

ତେବେ କଂଗ୍ରେସ ମାର୍ଚ୍ଚ ୨୫ରେ ନିଜର ୧୨୪ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ଆଉ ବାକି ୧୦୦ ସିଟ୍‌ ପାଇଁ ଟିକେଟ ଘୋଷଣା କରିବା ବାକି ରହିଛି। କର୍ଣ୍ଣାଟକରେ ପାଖାପାଖି ୨୨୪ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି ।