Flight ରେ ବ୍ୟାନ Appleର ଏହି ଡିଭାଇସ୍‌!

ଆପଲର ଏହି ଡିଭାଇସ୍‌ ସାଥିରେ ନେଲେ କ୍ରାସ୍‌ ହୋଇପାରେ ପ୍ଲେନ! ଜାଣନ୍ତୁ କ'ଣ କହୁଛି ରିସର୍ଚ୍ଚ

ଫ୍ଲାଇଟରେ ଆପଲ ଡିଭାଇସ୍‌ କୁ କରାଯାଇଛି ବ୍ୟାନ। ଯଦି ଆପଣ ବି ଫ୍ଲାଇଟରେ ଯାତ୍ରା କରୁଛନ୍ତି ଆଉ ଆଇଫୋନ ବ୍ୟବହାର କରୁଛନ୍ତି ତେବେ ଏହା ଉପରେ ରୋକ ଲାଗିବ। ଆପଣ ମନଇଚ୍ଚା ଆପଲ ଡିଭାଇସ୍‌ ନେଇ ଫ୍ଲାଇଟରେ ଯାତ୍ରା କରିପାରିବେ ନାହିଁ। ଜାଣନ୍ତୁ ଏହାକୁ ନେଇ ଏବେ ସମ୍ପୂର୍ଣ୍ଣ ଅପଡେଟ।

ଆପଲ କମ୍ପାନୀ ଆଇଫୋନ ପାଇଁ ସବୁଠୁ ପ୍ରସିଦ୍ଧ। ଏହାସହିତ ଆଇମ୍ୟାକ ମଧ୍ୟ ଖୁବ ଲୋକପ୍ରିୟ। ଆଉ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ରେସ୍‌ ଲାଗେ। ଦାମ ଅଧିକ ହେବା ସତ୍ତ୍ୱେ ଏହାର ଡିମାଣ୍ଡ ରେ କିଛି ଫରକ ପଡ଼େନି। ଯେଉଁଠି ଆପଲ ଲକ୍ଷେ ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କାର ଆଇଫୋନ ଓ ଲାପଟପ ବିକ୍ରି କରେ ସେହିପରି କମ୍ପାନୀ ପାଖାପାଖି ୩୫୦୦ ଟଙ୍କା ପର୍ଯ୍ୟନ୍ତ ଏୟାରଟ୍ୟାଗ ବନାଇଥାଏ ଯାହାକୁ ଆପଣ ଲଗେଜ ହିସାବରେ ସାଥିରେ ନେଇପାରିବେ। ତେବେ ଏହି ଡିଭାଇସ୍‌ ଖତରନାକ ମଧ୍ୟ ହୋଇପାରେ। କଣ ପାଇଁ ଜାଣନ୍ତୁ..

ଏୟାରଟ୍ୟାଗ ଆପଲକମ୍ପାନୀ ର ସବୁଠୁ ଶସ୍ତା ଡିଭାଇସ ମଧ୍ୟ ରୁ ଏକ। ପ୍ରକୃତରେ ଜର୍ମାନୀ ସ୍ଥିତ ଏକ ଏୟାରଲାଇନ୍ସ ଆପଲ ଏୟାରଟ୍ୟାଗକୁ ଲଗେଜ ରେ ଲଗାଇବା ଉପରେ ବ୍ୟାନ କରିଛି। ଡିଭାଇସ୍‌ ଟ୍ରାକିଂ କୁ ବିପଦପୂର୍ଣ୍ଣ ଘୋଷଣା କରି ଏହାକୁ ଯାତ୍ରୀ ମାନଙ୍କୁ ସାଙ୍ଗରେ ନେବା ପାଇଁ ମନା କରିଛି। ଯଦି ଆପଣ ଫ୍ଲାଇଟରେ ଏହି ଡିଭାଇସ କୁ ନେଉଛନ୍ତି ତେବେ ଚେକିଂ ସମୟରେ ଷ୍ଟାଫ ଏହାକୁ ଏୟାରପୋର୍ଟରେ ରଖିଦେବେ। ତେବେ ଏହା କେବଳ ବଛା ବଛା ଫ୍ଲାଇଟ କମ୍ପାନୀ ହିଁ କରିଛି। ଏସବୁ ଏୟାରଟ୍ୟାଗକୁ ଖତରନାକ ଘୋଷଣା କରି ଏହାକୁ ବ୍ୟବହାର କରିବାକୁ ମନା କରିଛନ୍ତି।

ସୂଚନା ଅନୁସାରେ ଜର୍ମାନୀ ସ୍ଥିତି ଲୁଫ୍ଥାନ୍ସା ଏୟାରଲାଇନ୍ସ କମ୍ପାନୀ ଏହା କୁ ନେଇ ଘୋଷଣା କରିଥିଲା। ଏୟାରଟ୍ୟାଗ କାରଣରୁ ଫ୍ଲାଇଟରେ ସିଗନାଲ ଓ ନାଭିଗେସନ ସିଷ୍ଟମ ପ୍ରଭାବିତ ହୋଇ ଏହା ସମ୍ପର୍କରେ ସଠିକ ସୁଚନା ମିଳୁନଥିଲା। ଏହାକାରଣରୁ ଫ୍ଲାଇଟ ନିଜର ଦିଗ ଚିହ୍ନଟ ଠିକ ରୂପେ କରିପାରୁନଥିଲା। ଏହା ପୁଣି ଥରେ ଯେପରି ନହେଉ ସେଥିପାଇଁ କମ୍ପାନୀ ତରଫରୁ ଏହାକୁ ନେଇ ନିଷ୍ପତ୍ତି ନିଆଗଲା। ସେବେଠୁ ଫ୍ଲାଇଟରେ ଏୟାରଟ୍ୟାଗ ବ୍ୟାନ କରାଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.