ଦେଶରେ ପୁଣି ୨ ହଜାର ଟପିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ୨,୧୫୧ ପଜିଟିଭ୍‌ ଚିହ୍ନଟ

ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୭ ଜୀବନ । ମୃତକଙ୍କ ଭିତରେ କେରଳ ଓ ମହାରାଷ୍ଟ୍ରରୁ ୩ ଜଣ ଲେଖାଏ ଏବଂ କର୍ଣ୍ଣାଟକରେ ଜଣେ ଅଛନ୍ତି ।

ନୂଆଦିଲ୍ଲୀ: ଦେଶରେ ମାଡୁଛି କରୋନା । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ୨ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୧ଶହ ୫୧ ପଜିଟିଭ୍‌ । ଯାହାକି ଗତ ୫ ମାସରେ ସର୍ବାଧିକ । ଶେଷ ଥର ଗତ ଅକ୍ଟୋବର ମାସରେ ସର୍ବାଧିକ ୨୨ଶହ ୮ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭ୍‌ ହାର ରହିଛି୧.୫୧ ପ୍ରତିଶତ । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୭ ଜୀବନ । ମୃତକଙ୍କ ଭିତରେ କେରଳ ଓ ମହାରାଷ୍ଟ୍ରରୁ ୩ ଜଣ ଲେଖାଏ ଏବଂ କର୍ଣ୍ଣାଟକରେ ଜଣେ ଅଛନ୍ତି । ଦେଶରେ କରୋନା ଆକ୍ଟିଭ୍‌ କେସ୍‌ ୧୧ ହଜାର ୯୦୩କୁ ବୃଦ୍ଧି ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.