Below header

ମେକ୍ସିକୋର ସ୍ୱିମିଂ ପୁଲ୍‌ରେ ଆଖିବୁଜା ଗୁଳିମାଡ଼ : ଶିଶୁ ସମେତ ୭ ମୃତ

ମେକ୍ସିକୋର ଏକ ସ୍ୱିମିଂ ପୁଲ୍‌ରେ ଗୁଳିମାଡ଼ରେ ୭ ମୃତ। ଗୁଆନାଜୁଆଟୋର କୋର୍ଟାଜାରର ଏକ ପୁଲରେ ଗୁଳିମାଡ଼ ହୋଇଛି ।ଗୁଳିମାଡ ବେଳେ ସେଠାରେ ଉପସ୍ଥିତ ଲୋକମାନେ ଭୟରେ ଚିତ୍କାର କରି ସେଠାରୁ ସୁରକ୍ଷିତ ସ୍ଥାନକୁ ଦୌଡୁଥିବା ଭିଡିଓରୁ ଦେଖାଯାଇଛି।

ନୂଆଦିଲ୍ଲୀ : ସ୍ୱିମିଂ ପୁଲ୍‌ରେ ଗୁଳିମାଡ଼। ଆତତାୟୀର ଗୁଳିମାଡ଼ରେ ଜଣେ ଶିଶୁ ସମେତ ୭ ନିହତ। ମେକ୍ସିକୋର କେନ୍ଦ୍ରୀୟ ପ୍ରଦେଶ ଗୁଆନାଜୁଆଟୋର କୋର୍ଟାଜାରରେ ହୋଇଛି ଗୁଳିମାଡ଼। ଏକ ସ୍ୱିମିଂପୁଲରେ ଅଜଣା ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଛି। ଅପରାହ୍ମ ପ୍ରାୟ ସାଢେ ୪ଟାରେ ହଠାତ ସ୍ୱିମିଂ ପୁଲକୁ ପଶିଥିଲା ଆତତାୟୀ। ଲୋକମାନେ ପୁଲରେ ଥିବା ବେଳେ ଆଖିବୁଜା ଗୁଳିମାଡ଼ କରିଥିଲା। ପରେ ଏକ ଦୋକାନ ଓ ସିକ୍ୟୁରିଟି କ୍ୟାମେରାକୁ ଗୁଳିମାରି ନଷ୍ଟ କରିବା ସହ ସେଠାରୁ ଫେରାର ହୋଇଯାଇଥିଲା।

ଗୁଳିମାଡ ବେଳେ ସେଠାରେ ଉପସ୍ଥିତ ଲୋକମାନେ ଭୟରେ ଚିତ୍କାର କରି ସେଠାରୁ ସୁରକ୍ଷିତ ସ୍ଥାନକୁ ଦୌଡୁଥିବା ଭିଡିଓରୁ ଦେଖାଯାଇଛି। ଗୁଳିମାଡ଼ ପରେ ମେକ୍ସିକାନ ଆର୍ମୀ ଓ ସୁରକ୍ଷା କର୍ମୀ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ସାତ ଜଣଙ୍କ ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଥିବା ବେଳେ ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଆତତୀୟକୁ ଠାବ କରାଯାଇପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.