ବୁର୍କା ପିନ୍ଧି ମହିଳା ଚେସ୍‌ରେ ଭାଗନେଲେ ଛାତ୍ର, ବଡ଼ ବଡ଼ ଖେଳାଳିଙ୍କୁ ଦେଲେ ମାତ୍‌; ଜଣାପଡ଼ିବା ପରେ ଜଣାଇଲେ କାରଣ

କେନିଆରେ ଏକ ବିଶ୍ୱବିଦ୍ୟାଳୟର ଛାତ୍ର ବୁର୍କା ପିନ୍ଧି ନିଜକୁ ଜଣେ ମହିଳା ଚେସ୍‌ ଖେଳାଳି ବୋଲି ଦାବି କରିଥିଲେ। ଛାତ୍ର ଜଣକ ଏପରି କହି ନାରୋବିରେ ଆୟୋଜିତ କେନିଆ ଓପନ୍ ଚେସ୍ ଚାମ୍ପିଅନସିପ୍‌ରେ ଭାଗ ନେଇଥିଲେ।

କେନିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବିଶ୍ୱବିଦ୍ୟାଳୟର ଛାତ୍ର ବୁର୍କା ପିନ୍ଧି ନିଜକୁ ଜଣେ ମହିଳା ଚେସ୍‌ ଖେଳାଳି ବୋଲି ଦାବି କରିଥିଲେ। ଛାତ୍ର ଜଣକ ଏପରି କହି ନାରୋବିରେ ଆୟୋଜିତ କେନିଆ ଓପନ୍ ଚେସ୍ ଚାମ୍ପିଅନସିପ୍‌ରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ୪୨,୦୦୦ ଆମେରିକୀୟ ଡଲାର (ପ୍ରାୟ ୩୪ ଲକ୍ଷ ଟଙ୍କା) ର ପୁରସ୍କାର ରାଶି ରଖାଯାଇଥିଲା।

ରିପୋର୍ଟ ମୁତାବକ, ଚଷମା ପିନ୍ଧିଥିବା ୨୫ ବର୍ଷୀୟ ଷ୍ଟେନଲି ଓମୋଣ୍ଡି ଗୋଟିଏ ବି ଶବ୍ଦ ନ କହି ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ ପହଞ୍ଚିବାରେ ସଫଳ ହୋଇଥିଲେ। ଓମୋଣ୍ଡି ଚେସ ଟୁର୍ନାମେଣ୍ଟରେ ନିଜକୁ ମିଲିସେଣ୍ଟ ଅୱୋର ଭାବରେ ପଞ୍ଜୀକୃତ କରିଥିଲେ। ଚେସ୍ କେନିଆର ଅଧ୍ୟକ୍ଷ ବର୍ଣ୍ଣାଡ ବଞ୍ଜାଲା କହିଛନ୍ତି ଯେ ପ୍ରଥମରୁ ଆମକୁ କିଛି ସନ୍ଦେହ ହୋଇ ନ ଥିଲା, କାରଣ, ଏଠାରେ ବୁର୍କା ପିନ୍ଧିବା ସାଧାରଣ କଥା।

ବର୍ଣ୍ଣାଡ କହିଛନ୍ତି, ଆମକୁ ଯେଉଁ ଜିନିଷକୁ ନେଇ ଛାତ୍ରଙ୍କ ଉପରେ ସନ୍ଦେହ ହୋଇଥିଲା, ସେଥିରୁ ଗୋଟିଏ ଜିନିଷ ଥିଲା ତାଙ୍କ ଜୋତା। ଛାତ୍ର ଜଣକ ମହିଳାଙ୍କ ବଦଳରେ ପୁରୁଷଙ୍କ ଜୋତା ପିନ୍ଧି ଆସିଥିଲେ। ଆମେ ଏହା ବି ଲକ୍ଷ୍ୟ କରିଥିଲୁ ଯେ ଯେତେବେଳେ ସେ ନିଜର ଟ୍ୟାଗ୍ ନେବାକୁ ଆସିଥିଲେ, ସେତେବେଳେ ମଧ୍ୟ ସେ କିଛି କଥାବାର୍ତ୍ତା କରି ନ ଥିଲେ। ସାଧାରଣତଃ ଯେତେବେଳେ ଆପଣ ଖେଳନ୍ତି, ସେତେବେଳେ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ କଥା ହୁଅନ୍ତି, କାହିଁକି ନା, ଚେସ୍‌ ଖେଳ ଯୁଦ୍ଧ ନୁହେଁ, ବନ୍ଧୁତା।

ସେପଟେ ପ୍ରକୃତ ଘଟଣା ଜଣାପଡ଼ିବା ପରେ ଯେତେବେଳେ ଏ ନେଇ ସମ୍ପୃକ୍ତ ଛାତ୍ରଙ୍କୁ ପଚରାଉଚରା କରାଯାଇଥିଲା, ତ ସେ ଏହି କଥା ସ୍ୱୀକାର କରିଥିଲେ ଏବଂ କହିଥିଲେ, ସେ ଜଣେ ବିଶ୍ୱବିଦ୍ୟାଳୟର ଛାତ୍ର। ତାଙ୍କୁ ଟଙ୍କାର ବହୁତ ଆବଶ୍ୟକ ଥିଲା।

ଘଟଣା ଜଣାପଡ଼ିବା ପରେ ଛାତ୍ରଙ୍କୁ ପ୍ରତିଯୋଗିତାରୁ ବାହାର କରି ଦିଆଯାଇଥିଲା ଏବଂ ତାଙ୍କର ସମସ୍ତ ମାର୍କ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦିଆଯାଇଥିଲା। ଚେସ୍ କେନିଆର ଅଧ୍ୟକ୍ଷ ବର୍ଣ୍ଣାଡ ବଞ୍ଜାଲାଙ୍କ କହିବା ହେଲା, ଏହି ଘଟଣାରେ ଓମୋଣ୍ଡି ଅନେକ ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକର ସାମ୍ନା କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.