Below header

ଅତିକ୍‌-ଅଶରଫ୍‌ ହତ୍ୟାକାଣ୍ଡ ପରେ ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି, ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ SOP

ଅତିକ୍‌ଙ୍କୁ ହତ୍ୟା ପରେ ଏବେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଗୃହ ମନ୍ତ୍ରଣାଳୟ SOP ପ୍ରସ୍ତୁତ କରିବ। ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି।

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌ଙ୍କ ହତ୍ୟା ପରେ କେନ୍ଦ୍ର ସରକାର ଆଲର୍ଟ ମୋଡ୍‌ରେ ଅଛନ୍ତି। ପୋଲିସ ହେପାଜତରେ ଅତିକ୍‌ ଅହମ୍ମଦଙ୍କୁ ଆକ୍ରମଣ କରିଥିବା ତିନି ଯୁବକ ଗଣମାଧ୍ୟମ ପ୍ରତିନିଧି ଭାବରେ ଭିଡ଼ ଭିତରେ ପଶିଥିଲେ। ଅତିକ୍‌ଙ୍କୁ ହତ୍ୟା ପରେ ଏବେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଗୃହ ମନ୍ତ୍ରଣାଳୟ SOP ପ୍ରସ୍ତୁତ କରିବ। ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି।

ଖବରରୁ ଜଣାପଡ଼ିଛି, ଗୃହ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ (SOP) ପ୍ରସ୍ତୁତ କରିବାକୁ ଯାଉଛି।

ଗଣମାଧ୍ୟମକୁ ବିବୃତ୍ତି ଦେବା ବେଳେ ସାମ୍ବାଦିକ ହୋଇ ଆସିଥିବା ୩ ଯୁବକ ଦୁଇ ଭାଇଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ସମୟରେ ପୋଲିସ ସେମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଏଠାକାର ଏକ ମେଡିକାଲ କଲେଜକୁ ନେଉଥିଲା।

ଏଫ୍ଆଇଆର୍ ଅନୁସାରେ, ଅଭିଯୁକ୍ତମାନେ କହିଛନ୍ତି କି, ସେମାନେ ଅତିକ୍‌ ଓ ଅଶରଫ୍‌ ଗ୍ୟାଙ୍ଗକୁ ସଫା କରିବାକୁ ଚାହୁଁଥିଲେ। ସେମାନେ ଅନେକ ଦିନ ଧରି ଉଭୟଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଉପଯୁକ୍ତ ସମୟ ବା ସୁଯୋଗ ପାଉ ନ ଥିଲେ। ସେପଟେ ପ୍ରୟାଗରାଜରେ ଏହି ସମୟରେ ରାସ୍ତାଘାଟଗୁଡ଼ିକ ଶୂନ୍‌ଶାନ ହୋଇପଡ଼ିଛି। ସବୁ ଜାଗାରେ ପୋଲିସ ମୁତୟନ ଅଛନ୍ତି ଏବଂ ଦୋକାନଗୁଡ଼ିକର ସଟର ଡାଉନ୍‌ କରି ଦିଆଯାଇଛି। ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ପୋଲିସ ନଜର ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.