ଜମି ବାଡ଼ି ବିବାଦ: ପୁତୁରା ମାଡ଼ରେ ବଡ ବାପା ମୃତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଜମି ଜମା ବିବାଦ ପାଇଁ ପୁତୁରା ମାରିଦେଲା ବଡ ବାପାକୁ। କେନ୍ଦ୍ରାପଡ଼ାରୁ ଆସିଛି ଏଭଳି ଛାତିଥରା ହତ୍ୟାକାଣ୍ଡ ଘଟଣା ।ପିଟିପିଟି ମାରିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

କେନ୍ଦ୍ରାପଡ଼ା (କେନ୍ୟୁଜ): ରକ୍ତ ସମ୍ପର୍କ କରିଦେଲେ ରକ୍ତ ରଞ୍ଜିତ। ଜମି ଜମା ବିବାଦ ପାଇଁ ପୁତୁରା ମାରିଦେଲା ବଡ ବାପାକୁ। କେନ୍ଦ୍ରାପଡ଼ାରୁ ଆସିଛି ଏଭଳି ଛାତିଥରା ହତ୍ୟାକାଣ୍ଡ ଘଟଣା ।ପିଟିପିଟି ମାରିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗଣେଷପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଅଭିଯୋଗ ଅନୁସାରେ, ଗଣେଶ ପୁର ଗାଁର ବସନ୍ତ ଦାସ ଓ ଶରତ ଦାସଙ୍କ ପରିବାର ଭିତର ଜମି ବାଡ଼ି ବିବାଦ ଲାଗି ରହିଥିଲା । ତେବେ ଗତ କାଲି ସନ୍ଧ୍ୟା ସମୟରେ ଶରତଙ୍କ ପୁଅ ଅଜୟ ଋଣ କରିବା ପାଇଁ ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଡାକି ଆଣିଥିଲେ। କର୍ମଚାରୀ ଜଣଙ୍କ ଘର ଫଟୋ ଉଠାଇବାରୁ ଏହାକୁ ବିରୋଧ କରିଥିଲେ ବସନ୍ତ ଦାସ ଓ ତାଙ୍କ ପୁଅ ଏଥିରେ ଉତ୍କ୍ଷୀପ୍ତ ହୋଇ ପୁତୁରା ଅଜୟ ଦାସ ଏକ ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଅଜୟ ବଚିଂଥିବା ଭାବି ବସନ୍ତ ଦାସ ଓ ତାଙ୍କ ପତ୍ନୀ ପୁଣି ତାଙ୍କୁ ବାଡେଇବା ସହ ତଂଟି ଚିପି ହତ୍ୟା କରିଥିଲେ । ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.