Below header

ଆପଣ୍ଡା ଛକରେ ୧୪୪ ଧାରା ଲାଗୁ, ୧୮ ତାରିଖ ଯାଏଁ ଜାରି ରହିବ କଟକଣା

ସୀମା ବିବାଦକୁ ନେଇ ଉତ୍ତେଜନା, ୧୪୪ ଧାରା ଜାରି। ଆଜି ଦିନ ୧୧ଟାରୁ ୧୮ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସଂପୃକ୍ତି ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ।

ଭଦ୍ରକ (କେନ୍ୟୁଜ): ସୀମାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଘଟଣା । ଆକ୍ସନମୋଡ଼ରେ ପ୍ରଶାସନ । ଭଦ୍ରକ – କେନ୍ଦୁଝର ଜ଼ିଲ୍ଲା ସୀମାନ୍ତବର୍ତ୍ତୀ ଓରାଳୀ ଛକ ନିକଟ ୨୦୦ ମିଟର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଆଜି ଦିନ ୧୧ଟାରୁ ୧୮ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସଂପୃକ୍ତି ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ। ଆପଣ୍ଡା ଠାରେ ସୀମା ବିବାଦକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଦୋକାନ, ଦୁଇଟି କାର ଓ ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି ।

ବହୁ ବର୍ଷ ପୂର୍ବରୁ ଏହି ଛକଟି ଓରାଳି ଛକ ନାମରେ ନାମିତ ହୋଇଥିଲା। ହେଲେ ଆପଣ୍ଡା ଗାଁର ଲୋକମାନେ ଏହାକୁ ଆପଣ୍ଡା ଛକ ଭାବରେ ନାମକରଣ କରିବାକୁ ଦାବି କରି ଆସୁଥିଲେ। ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଥିଲା। ଆପଣ୍ଡା ଛକ ଲେଖାଯାଉଥିବା ସୂଚନା ଫଳକ ଲଗାଉଥିବାବେଳେ ଓରାଳି ଗାଁର କିଛି ଲୋକ ଏହାକୁ ବିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟି ପରସ୍ପର ଉପରକୁ ଟେକା ପଥର ମାଡ଼ କରିଥିଲେ। ବନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.