Below header

ସମ୍ବଲପୁରରେ ଘୁଞ୍ଚିଲା ଅଗ୍ନିବୀର ଏଣ୍ଟ୍ରାନ୍ସ , ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବ ପ୍ରବେଶିକା ପରୀକ୍ଷା

ସମ୍ବଲପୁରରେ ଘୁଞ୍ଚିଲା ଅଗ୍ନିବୀର ପ୍ରବେଶିକା ପରୀକ୍ଷା। ଆସନ୍ତା ୧୯, ୨୦ ଓ ୨୧ ତାରିଖରେ ହେବ ପ୍ରବେଶିକା ପରୀକ୍ଷା। ସମ୍ବଲପୁରରେ କର୍ଫ୍ୟୁ ଲାଗିଥିବା ଯୋଗୁ ପରୀକ୍ଷାକୁ ଘୁଞ୍ଚାଯାଇଛି। ସମ୍ବଲପୁର ARO କାର୍ଯ୍ୟାଳୟ ପକ୍ଷରୁ ଟୋଲ ଫି ନମ୍ବର ଜାରି କରାଯାଇଛି ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ଘୁଞ୍ଚିଲା ଅଗ୍ନିବୀର ପ୍ରବେଶିକା ପରୀକ୍ଷା। ଆସନ୍ତା ୧୯, ୨୦ ଓ ୨୧ ତାରିଖରେ ହେବ ପ୍ରବେଶିକା ପରୀକ୍ଷା। ସମ୍ବଲପୁରରେ କର୍ଫ୍ୟୁ ଲାଗିଥିବା ଯୋଗୁ ପରୀକ୍ଷାକୁ ଘୁଞ୍ଚାଯାଇଛି। ସମ୍ବଲପୁର ARO କାର୍ଯ୍ୟାଳୟ ପକ୍ଷରୁ ଟୋଲ ଫି ନମ୍ବର ଜାରି କରାଯାଇଛି ।କୌଣସି ପ୍ରକାରର ସହାୟତା ପାଇଁ ଟୋଲ ଫି ନମ୍ବର- ୦୬୬୩୨-୯୫୦୩୫୯,୦୬୬୩୨-୫୨୦୮୪୫ ଯୋଗଯୋଗ କରିବାକୁ ଅନୁରୋଧ କରାଯାଇଛି ।

ଖବର ଅନୁଯାୟୀ, ସମ୍ବଲପୁରରେ ସୃଷ୍ଟି ହୋଇଥିବା ହିଂସା ହେବା ଏବେ କମିଛି । ଧୀରେ ଧୀରେ ପରିସ୍ଥିତି ସାମନ୍ୟ ହେଉଛି । କିନ୍ତୁ କିଛି ଅଞ୍ଚଳରେ ଏବେବି କଟକଣା ଜାରି ରହିଛି । ଏହି କ୍ରମରେ ସମ୍ବଲପୁରରେ ହେବାକୁ ଥିବା ଅଗ୍ନିବୀରର ଅନ୍‌ଲଇନ୍‌ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଯାଇଛି । ଆସନ୍ତା ୧୭ ଓ ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବ । ୩ଦିନ ଧରି ଏହି ପ୍ରବେଶିକା ପରୀକ୍ଷା ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.