Below header

ସୋସିଆଲ ମିଡିଆରେ ୭ଠ ବର୍ଷୀୟା ମହିଳାଙ୍କ ଡ୍ୟାନ୍ସ ଭାଇରାଲ, ସାଉଣ୍ଟୁଛନ୍ତି ଦର୍ଶକଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଅଦ୍ଭୁତ ଜିନିଷ ଭାଇରାଲ ହେଉଛି। କିଏ ଅଧିକ ପ୍ରଶଂସା ସାଉଣ୍ଟୁଛି ତ ଆଉ କିଏ ଅପବାଦ ମୁଣ୍ଡାଉଛି। ତେବେ ସୋସିଆଲ ମିଡିଆ ବ୍ୟବହାରକାରୀ କିନ୍ତୁ ଏହାର ଭରପୁର ଫାଇଦା ଉଠାଉଛନ୍ତି । ଏବେ ସେହିଭଳି ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସ୍କୁଲର ବନ୍ଧୁମିଳନରେ ଜଣେ ୭ଠ ବର୍ଷୀୟା ବୃଦ୍ଧାଙ୍କୁ ନାଚ କରୁଥିବା ଦେଖିବାକୁ ମିଳିଛି।

କର୍ଣ୍ଣାଟକ ମେଙ୍ଗାଲୁରୁର କିଛି ବୟସ୍କ ମହିଳା ନିଜ ସ୍କୁଲ ବେଳର ସାଙ୍ଗମାନଙ୍କ ସହିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।ଯାହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ସେମାନେ ମଜାମସ୍ତି କରୁଥିବା  ଦେଖିବାକୁ ମିଳିଛି। ମାତ୍ର ଏହି ଭିଡିଓରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜଣେ ୭ଠ ବର୍ଷୀୟା ବୃଦ୍ଧା।

ବୃଦ୍ଧା ଜଣକ ବିନ୍ଦାସ୍‌ ନାଚୁଥିବାର ଭିଡିଓ ଭାଇରାଲ ହୋଇଛି। ଗୀତ ବାଜିବା ଆରମ୍ଭ ହେବା ବେଳେ ଉପସ୍ଥିତ ଅନ୍ୟ ମହିଳାମାନେ ଚିଅର୍ସ କରୁଥିବା ବେଳେ ନୀଳ ଶାଢ଼ି ପିନ୍ଧିଥିବା ଜଣେ ମହିଳା ରେମୋ ଫର୍ଣ୍ଣାଣ୍ଡିଜ୍‌ଙ୍କ ହିଟ୍‌ ଗୀତ ୟା ୟା ମୟାୟା ଗୀତରେ କଥକ ନୃତ୍ୟ କରିଥିଲେ। ତାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ନାଚିବାକୁ ଲାଗିଥିଲେ।

ଏହାସହ ପଢ଼ନ୍ତୁ: ଇତିହାସ ରଚିଲା ଇସ୍ରୋ: ଚନ୍ଦ୍ରକକ୍ଷରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରାଯାନ-୨, ଆସନ୍ତା ସେପ୍ଟେମ୍ବର ୭ରେ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିବ

ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହୋଇଥିବାବେଳେ ପଜିଟିଭ୍‌ କମେଣ୍ଟ ମଧ୍ୟ ପାଇଛି। ଜଣେ ୟୁଜର କମେଣ୍ଟ କରି କହିଛନ୍ତି ଯେ, ‘ଏହି ବୃଦ୍ଧାମାନଙ୍କୁ ନାଚୁଥିବାର ଦେଖି ବହୁତ ଖୁସି ଲାଗୁଛି। ବହୁବର୍ଷ ପରେ ପ୍ରିୟ ବନ୍ଧୁଙ୍କୁ ପୁଣିଥରେ ଏକାଠି ପାଇ ଏମାନେ ଉତ୍ସାହିତ ହୋଇପଡ଼ିଛନ୍ତି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.