Below header

ଚୋରଙ୍କୁ ନିର୍ଧୁମ୍‌ ଛେଚିଲେ ୮୨ ବର୍ଷୀୟା ବଡିବିଲ୍ଡର ଦାଦି ମା’, ଏମିତି ମାରିଲେ ଯେ ପୋଲିସ୍‌ ଡାକିଲା ଆମ୍ବୁଲାନ୍ସ

ଇଏ କେଉଁ ସିନେମା କି ଡ୍ରାମା ନଥିଲା । ଥିଲା ପୂରା ବାସ୍ତବ ଘଟଣା । ନ୍ୟୁୟର୍କର ରୋଚେଷ୍ଟର ସହରରେ ଜଣେ ଦାଦି ମା’ ଏକୁଟିଆ ରୁହନ୍ତି। ରିପୋର୍ଟ ଅନୁଯାୟୀ ରାତି ପ୍ରାୟ ୧୧ଟାରେ ଦାଦି ଶୋଇବାକୁ ଯିବା ସମୟରେ ତାଙ୍କ ଘରକୁ ହଠାତ୍‌ କିଛି ଲୋକ ବିନା ଅନୁମତିରେ ପଶି ଦାଖଲ କରିବାକୁ ଚେଷ୍ଠା କରିଥିଲେ। ବୟସ୍କ ବୃଦ୍ଧାଙ୍କୁ ହରାଇବା ଖୁବ୍‌ ସହଜ ବୋଲି ଅନୁପ୍ରବେଶକାରୀମାନେ ଭାବିଥିଲେ କିନ୍ତୁ ଏଭଳି ହୋଇନଥିଲା। କାରଣ ଦାଦି ନିଜେ ହିଁ ଘରକୁ ବିନା ଅନୁମତିରେ ପଶିଥିବା ଲୋକମାନଙ୍କୁ ନିର୍ଧୁମ୍‌ ମାଡ ମାରିଥିଲେ।

dadiସୂଚନା ମୁତାବକ ଓ୍ଵିଲୀ ମର୍ଫୀ ନାମକ ଦାଦି ମା’ ଙ୍କ ବୟସ ୮୨ ବର୍ଷ। ଦାଦିଙ୍କ କହିବାନୁଯାୟୀ ଗତ ଗୁରୁବାର ଦିନ ରାତିରେ ସେ ଶୋଇବାକୁ ଯିବା ସମୟରେ ଜଣେ ବ୍ୟକ୍ତି ତାଙ୍କ କବାଟକୁ ଜୋର୍‌ ରେ ପିଟି ଅମ୍ବୁଲାନ୍ସକୁ କଲ୍‌ କରିବା ପାଇଁ କହୁଥିଲେ। କିନ୍ତୁ ଦାଦି ସେହି ସମୟରେ ପୋଲିସକୁ ଫୋନ କରି ଦେଇଥିଲେ। ଦାଦି କହିଛନ୍ତି ସେମାନେ ଏତେ ମାତ୍ରାରେ ରାଗି ଯାଇଥିଲେ ଯେ ତାଙ୍କ କବାଟ ମଧ୍ୟ ଭାଙ୍ଗି ଦେଇଥିଲେ। ମୁଁ ଘରେ ଏକୁଟିଆ ଥିଲି। ଆପଣମାନେ ଭାବନ୍ତୁତ ସେହି ସମୟରେ କଣ ହୋଇଥିବ? ନିଜର ଦୟା ଦେଖାଇ ଦାଦି କହିଥିଲେ ସେମାନେ ଭୁଲ ଘର ବାଛି ଦେଇଥିଲେ। କାରଣ ଦାଦି ଜଣେ ଆଓ୍ଵାର୍ଡ ଓ୍ଵିନିଂଗ ବଡିବିଲ୍‌ଡର, ଯିଏ ସ୍ଥାନୀୟ YMCA ରେ କମୋବେଶ ପ୍ରତ୍ୟେକ ଦିନ କସରତ କରିଥାନ୍ତି।

dadi-କବାଟ ଭାଙ୍ଗି ଯିବା ପରେ ଦାଦି ସେମାନଙ୍କ ଉପରକୁ ଟେବୁଲ୍‌ ଫୋପାଡିବା ସହ ଅନେକ ଥର କୁଦି ଥିଲେ। ଖାଲି ଏତିକି ନୁହେଁ ଏହାପରେ ଦାଦି ରୋଷେଇ ଘରକୁ ଦୌଡି ଯାଇ ବେବି ଶାମ୍ପୂ ବୋତଲ ଆଣି ଘରେ ପଶିଥିବା ଚୋରଙ୍କ ଚେହେରାକୁ ଫୋପାଡିଥିଲେ। ଏହାପରେ ଦାଦି ଝାଡୁ ଉଠାଇ ଚୋରମାନଙ୍କୁ ନିସ୍ତୁକ ମାଡ ମାରିଥିଲେ। ଶେଷରେ ଚୋରମାନେ ଚିତ୍‌ ହୋଇଯିବାରୁ ଦାଦି ସେମାନଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ।

ଏହାସହ ପଢନ୍ତୁ: ବିବାହରେ ନିଆରା ପ୍ରଚେଷ୍ଟା, ଫୁଲକୁଣ୍ଡ ଦେଇ ଅତିଥିଙ୍କୁ କଲେ ନିମନ୍ତ୍ରଣ

ରିପୋର୍ଟ ଅନୁଯାୟୀ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚିବା ପରେ ଚୋରମାନଙ୍କ ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା। ଶେଷରେ ଦାଦି କହିଛନ୍ତି ସେଠାରେ ପହଞ୍ଚିଥିବା ପୋଲିସମାନେ ମଧ୍ୟ ମୋ ସହ ସେଲ୍ଫି ନେବା ସହ କହିଥିଲେ ଓ୍ଵା! ଦାଦି ଓ୍ଵା….!

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.