Below header

ଆଠ ଦିନ ପର୍ଯ୍ୟନ୍ତ ବାଥଟବ୍‌ରେ ଫସି ରହିଥିଲେ ବୃଦ୍ଧା, ଡେଲିଭରୀ ବୟ ବଞ୍ଚାଇଲା ଜୀବନ

ଆପଣମାନେ ହୁଏତ ଅନେକ ପୋଖରୀ କିମ୍ବା ନଦୀରେ ଗାଧୋଇ ଥିବେ। ବେଳେ ବେଳେ ମଜାରେ ଗାଧୋଇବା ବେଳେ ଆପଣ ବୁଡି ମଧ୍ୟ ଯାଇଥିବେ। ମାତ୍ର କିଛି ସେକେଣ୍ଡ କିମ୍ବା କିଛି ମିନିଟ ବୁଡିଯିବା ପରେ ଆପଣଙ୍କୁ ଅଣନିଶ୍ୱାସୀ ଲାଗିଥାଏ। ବେଳେବେଳେ ଏଥିପାଇଁ କାହା ଜୀବନ ମଧ୍ୟ ଚାଲିଯାଇଥାଏ। କିନ୍ତୁ ଜଣେ ବୃଦ୍ଧ ମହିଳା ୮ ଦିନ ପର୍ଯ୍ୟନ୍ତ ବାଥଟବ୍‌ରେ ଫସି ରହି ଜୀବିତ ଉଦ୍ଧାର ହୋଇଛନ୍ତି। ଦିନେ କିମ୍ବା ଦୁଇଦିନ ନୁହେଁ ବୃଦ୍ଧା ଜଣ ୮ ଦିନ ପର୍ଯ୍ୟନ୍ତ କେବଳ ପାଣି ପିଇ ଜୀବତ ମଧ୍ୟ ରହିଥିଲେ।

bath tub

ଘଟଣା ମୁତାବକ, ବ୍ରିଟେନର ରହୁଥିବା ଜଣେ ବୃଦ୍ଧା ମହିଳା ବାଥରୁମ୍‌ରେ ଥିବା ଗାଧୋଇବା ଟବ୍‌ରେ ଫସି ଯାଇଥିଲେ। ଟବ୍‌ଟି ଏତେମାତ୍ରାରେ ଗଭୀର ଥିଲା ଯେ, ବୃଦ୍ଧା ଜଣକ ଚେଷ୍ଟା କରି ମଧ୍ୟ ସେଥିରୁ ବାହାରି ପାରିନଥିଲେ। ଯେହେତୁ ବୃଦ୍ଧା ଜଣକ ଘରେ ଏକୁଟିଆ ରହୁଥିଲେ କାହାକୁ ସାହାଯ୍ୟ ମଧ୍ୟ ମାଗିପାରୁନଥିଲେ। ମହିଳା ଜଣ ଦୀର୍ଘ ୮ ଦିନ ଧରି ବାଥ ଟବ୍‌ରେ ଫସି ରହି ସେଠାରେ କେବଳ ପାଣି ପିଇ ବଞ୍ଚିଥିଲେ।

ଏହାସହ ପଢ଼ନ୍ତୁ ; ଫ୍ଲାଏଓଭରରୁ ହଠାତ୍‌ ଉଡି ଆସିଲା କାର ଆଉ ତା’ ପରେ, ଭିଡିଓ ଦେଖିଲେ ଟାଙ୍କୁରୀ ଉଠିବ ଲୋମ

ଫସିଥିବା ମହିଳା ଜଣକ ପ୍ରତିଦିନ ଓ୍ଵିଲ୍ଟଶାୟର ଫର୍ମ ଫୁଡରୁ ଖାଇବା ଡେଲିଭରୀ କରନ୍ତି। ଗତ କିଛିଦିନ ହେଲାଣି ସେ ଖାଇବା ଅର୍ଡର କରୁନଥିବାରୁ ସେଠାରେ କାମ କରୁଥିବା ଜଣେ ଡେଲିଭରୀ ବୟର ସନ୍ଦେହ ହୋଇଥିଲା। ଡେଲିଭରୀ ବୟକୁ ସନ୍ଦେହ ହେବାରୁ ସେ ଘର ଆସି ଖୋଜିଥିଲେ। ବୃଦ୍ଧା ମହିଳା ଜଣକ ବାଥଟବ୍‌ରେ ଫସିଥିବା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ପୋଲିସ ତାଙ୍କ ନାମ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.