Below header

ଆପଣ ବ୍ୟବହାର କରୁଛନ୍ତିକି ସ୍ମାର୍ଟ ଫୋନ, ତେବେ ଧ୍ୟାନ ରଖନ୍ତୁ ଏହି ୫ଟି ଟିପ୍ସ ଉପରେ

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ଅଛି । ଛୁଆଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହା ସହ ବେଶ ଅଭ୍ୟସ୍ଥ । ଖାଲି ଯେ ସ୍ମାର୍ଟ ଫୋନ ସାହାଯ୍ୟରେ କେବଳ ମନୋରଞ୍ଜନକର କାମ ହେଉଛି ତାହା ନୁହେଁ ।  ବହୁ ଗୁରୁତ୍ୱପୂର୍ଣ କାମ ପାଇଁ ମଧ୍ୟ ଲୋକେ ସ୍ମାର୍ଟ ଫୋନର ବ୍ୟବହାର ଦ୍ୱାରା ହିଁ କରୁଛନ୍ତି ।  ଏମିତିକି ଆଜିକା ଦିନରେ ଗୋଟେ ଘଣ୍ଟା ବି ଏହା ବିନା କଟାଇବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି । କିନ୍ତୁ ଏହାର ସଠିକ ବ୍ୟବହାର ଓ ଆଉ କିଛି ଆପ ସମ୍ପର୍କରେ ମାତ୍ର କେତେକ ଲୋକଙ୍କୁ ହିଁ ଜଣା ।

ଅଟୋମେଟିକ ସାଇଲେଣ୍ଟ ମୋଡ଼:

ନିଜ ସ୍ମାର୍ଟ ଫୋନକୁ ଏମିତି ସେଟ କରି ରଖନ୍ତୁ ଯାହାଦ୍ୱାରା ଆପଣ କୌଣସି ସିନେମା ହଲ, ପୁସ୍ତକାଗାରକୁ ଯାଉଥିଲେ ଆପଣଙ୍କ ସ୍ମାର୍ଟ ଫୋନ ନିଜେ ନିଜେ ସାଇସାଇଲେଣ୍ଟ ମୋଡ଼କୁ ପଳେଇବ ।  ଯାହାଦ୍ୱାରା ଆପଣ ଜମା ଡିଷ୍ଟର୍ବ ହେବେ ନାହିଁ ।  ଏଥିପାଇଁ ପ୍ରଥମେ ନିଜ ଫୋନର ସେଟିଙ୍ଗକୁ ଯାଇ ଡୁ ନଟ ଡିଷ୍ଟର୍ବକୁ ଆକ୍ଟିଭେଟ କରନ୍ତୁ ।  ଏହି ଫିଚର ଗୁଗୁଲ ମ୍ୟାପ ଓ ଗୁଗୁଲ କ୍ୟାଲେଣ୍ଡର ମାଧ୍ୟମରେ ହିଁ କାମ କରିଥାଏ ।

smart phone

ଘରେ ଫୋନକୁ ଅନଲକ ମୋଡ଼ରେ ରଖନ୍ତୁ:

ଯଦି ଆପଣ ଚାହୁଁଛନ୍ତି ଯେ ଘରେ ଥିବା ବେଳେ ଆପଣଙ୍କ ଫୋନ ଅନଲକ ମୋଡ଼ରେ ରହୁବୋଲି ।  ତେବେ ଆପଣ ଫୋନର ସେଟିଙ୍ଗ ମୋଡ଼କୁ ଯାଇ ସିକୁରିଟି ଓ ଲୋକେସନ ସେଟିଙ୍ଗକୁ ଯାଇ ସ୍ମାର୍ଟ ଫୋନ ଉପରେ କ୍ଲିକ କରନ୍ତୁ ।  ପରେ ଟ୍ରଷ୍ଟଏଡ ପୋଷ୍ଟ ଉପରେ କ୍ଲିକ କରି ଘର ଲୋକେସନ ଦେଇ ଦିଅନ୍ତୁ । ଏହା ପରେ ଆପଣ ଘରେ ରହୁଥିବା ସମୟରେ ଆପଣଙ୍କ ଫୋନ ଅଟୋମେଟିକାଲି ଅନଲକ ହୋଇରହିବ ।

ଫୋଟୋ ଓ ଭିଡିଓ ଗୁଡିକର ବ୍ୟାକଅପ:

ଉଭୟ ଆଇଫୋନ ଓ ଆଣ୍ଡ୍ରଏଡ଼ ଫୋନରେ ଗୁଗୁଲ ଫୋଟସ ଆପ ଥାଏ ।  ଏହା ଦ୍ୱାରା ଆପଣ ନିଜ ଫୋଟୋ ଓ ଭିଡିଓ ଗୁଡିକୁ କ୍ଲାଉଡ଼ ମୋଡ଼ରେ ରଖିପାରିବେ ।  ଏଥିପାଇଁ ଗୁଗୁଲ ଫୋଟୋ ଆପକୁ ଯାଇ ବ୍ୟାକଆପ ଅନ କରନ୍ତୁ ।  ଏହା ସହ ଗୁଗୁଲ କ୍ଲାଉଡ଼ରେ ଆପଣଙ୍କୁ ୧୫ ଜିବି ଡାଟା ଷ୍ଟୋରେଜ ଫ୍ରି ମିଳିବ ।  ଏହାବାଦବି ଆପଣଙ୍କୁ ସ୍ପେସ ଦରକାର ଥିଲେ କିଛି ପଇସା ଖର୍ଚ୍ଚ କରି ଆପଣ ୧୦୦ ଜିବି ଷ୍ଟୋରେଜ କିଣିପାରିବେ ।  ଗୁଗୁଲ ଫୋଟୋ ବ୍ୟତୀତ ଆପଣ ଆଇଫୋନ ଗୁଡିକରେ ଏଇ ଆରମ୍ଭ କରିପାରିବେ ।

ଏହା ସହ ପଢନ୍ତୁ: ଭାରତରେ ଲଞ୍ଚ ହେଲା ଗୁଗଲ ନେଷ୍ଟ ମିନି ସ୍ମାର୍ଟ ସ୍ପିକର, ଜାଣନ୍ତୁ ଏହାର ଦାମ ଏବଂ ଫିଚର୍ସ

ଡ୍ରାଇଭିଙ୍ଗ ସମୟରେ ଅଟୋମେଟିକ ରିପ୍ଲାଏ:

ଏହି ଆପକୁ ସେଟିଙ୍ଗ କରିବା ଦ୍ୱାରା ଆପଣଙ୍କ ସ୍ମାର୍ଟ ଫୋନ ଜାଣିପାରିବ ଯେ ଆପଣ ଗାଡି ଚଳାଉଛନ୍ତି ବୋଲି ।  ଏହି ସମୟରେ ଯଦି ଆପଣଙ୍କ ପାଖକୁ ଯଦି କିଛି କଲ ଆସେ ତେବେ ତାହା ଅଟୋମେଟିକ ଭାବେ ତାହାର ଜବାବ ଦେବ ।  ଯାହାଦ୍ୱାରା ଆପଣ ବିନା କୌଣସି ଦ୍ବିଧାରେ ଗାଡି ଚଳାଇପାରିବେ ।  ଆଇଫୋନ ବ୍ୟବହାର କାରୀମନେ ର do not disturbକୁ ଯାଇ ଆପଣ ଏହାର ସେଟିଙ୍ଗ କରନ୍ତୁ ।  ଆଣ୍ଡ୍ରଏଡ଼ ବ୍ୟବହାରକାରୀ android outକୁ ଯାଇ ଏହାହିଁ ଆପର ସେଟିଙ୍ଗ କରନ୍ତୁ ।

କୋଉଠି କେତେ ସମୟ କଟାଇଲେ:

ଯଦି ଆପଣ ଚାହୁଁଛନ୍ତିକି ଆପଣ ଯେଉଁ ସ୍ଥାନକୁ ଯାଉଛନ୍ତି ସେଠି କେତେ ସମୟ କଟାଉଛନ୍ତି ତାହା ଜାଣିବା ପାଇଁ ।  ତେବେ ଆଇଫଟିଟିଟି ଆପକୁ ଡାଉନଲୋଡ଼ କରନ୍ତୁ ।  ଏହା ପରେ କିଛି ସେଟିଙ୍ଗ କରିବା ପରେ ଆପଣଙ୍କୁ ଏକ ଲିଷ୍ଟ ଦେଖାଯିବ ।  ଯାହାଦ୍ୱାରା ଆପଣ ଅତି ସହଜରେ ଜାଣି ପାରିବେ ଯେ ଆପଣ କୋଉଠି କେତେ ସମୟ କାଟୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.