ସବରୀମାଲା ମନ୍ଦିରକୁ ଯିବା ସମୟରେ ମହିଳାଙ୍କ ଆଖି ଉପରକୁ ଲଙ୍କା ଗୁଣ୍ଡ ସ୍ପ୍ରେ କଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ

କୋଚି: କେରଳର ସବରୀମାଲା ମନ୍ଦିରକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚା ଲାଗିରହିଛି । ନିକଟରେ ମନ୍ଦିର ମଧ୍ୟକୁ ମହିଳା ଭକ୍ତଙ୍କ ପ୍ରବେଶକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ରାୟ ମଧ୍ୟ ଦେଇସାରିଛନ୍ତି । ହେଲେ ଏହି ନିଷ୍ପତ୍ତିକୁ ନେଇ କିଛି ପୁରୁଷ ଭକ୍ତଙ୍କ ମଧ୍ୟରେ ବର୍ତ୍ତମାନ ମଧ୍ୟ ଲାଗିରହିଛି ଅସନ୍ତୋଷ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ।

ସବରୀମାଲା ମନ୍ଦିରରେ ଦର୍ଶନ ପାଇଁ ଯାଇଥିବା ଜଣେ ମହିଳାଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ମହିଳା ଜଣଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ସ୍ପ୍ରେ କରିଛନ୍ତି ଜଣେ ବ୍ୟକ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସବୁଠାରୁ ବଡ ଘଟଣା ହେଉଛି କେରଳର କୋଚି ସ୍ଥିତ ଥିବା ପୋଲିସ୍ କମିସନରଙ୍କ କାର୍ଯ୍ୟାଳୟ ବାହାରେ ଏହି ଅଘଟଣ ଘଟିଛି । ସେହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ନିଜ ମୋବାଇଲ୍ ଫୋନରେ ଉକ୍ତ ଘଟଣାକୁ ରେକର୍ଡ କରିଛନ୍ତି ।

ସୂଚନା ମୁତାବକ, ପୀଡିତା ମହିଳା ଜଣଙ୍କ ବିନ୍ଦୁ ଅମ୍ମିନୀ ଏବଂ ସେ ପେଶାରେ ଜଣେ ସମାଜସେବୀକା । ତେବେ ଏହି ଘଟଣା ପରେ ବିନ୍ଦୁଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିବାବେଳେ କୁହାଯାଉଛିକି ବିନ୍ଦୁଙ୍କ ସହିତ ସମାଜସେବୀ ତୃପ୍ତି ଦେଷାୟୀ ଏବଂ ଅନ୍ୟ ୪ଜଣ ମହିଳା ମଧ୍ୟ ଅୟପ୍ପା ମନ୍ଦିର ଯିବା ପାଇଁ ସେଠାରେ ପହଁଚିଥିଲେ । ମନ୍ଦିର ଯିବା ପୂର୍ବରୁ ୬ଜଣ ମହିଳା କୋଚି ସ୍ଥିତ ପୋଲିସ୍ କାର୍ଯ୍ୟାଳୟରେ ପହଁଚିଥିଲେ । ସେମାନଙ୍କ ମଧ୍ଯରୁ ୫ଜଣ ମହିଳା ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରୁଥିବାବେଳେ ବାହାରେ ଥିବା ବିନ୍ଦୁ ଅମ୍ମିନୀଙ୍କ ଉପରେ ଏହି ଲଙ୍କା ଗୁଣ୍ଡ ଆକ୍ରମଣ କରାଯାଇଥିଲା । ଯାହା ଏବେ ବେଶ୍ ଆଲୋଚନାର ବିଷୟ ପାଲଟିଛି ।

ଦେଖନ୍ତୁ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.