ମଣିଷକୁ ଡେଙ୍ଗୁ ଦାଉରୁ ବଞ୍ଚାଇବ ଏହି ବ୍ୟାକ୍ଟେରିଆ, ଡେଭେଲୋପ୍‌ ହେଲା ନୂଆ ଟେକ୍ନୋଲୋଜି

ମଶା ଯୋଗୁ ସମମ୍ୟା ଭୋଗୁଥିବା ଦେଶଗୁଡ଼ିକ ପାଇଁ ଖୁସି ଖବର। ମେଲବର୍ଣ୍ଣ ଏବଂ ଗ୍ଲାସଗୋ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏବେ ଏକ ନୂଆ ଟେକ୍ନୋଲୋଜିର ବିକାଶ କରିଛନ୍ତି, ଯାହାକି ମଶାକୁ ନ ମାରି ତାଙ୍କ ଭିତରେ ଥିବା ଡେଙ୍ଗୁ ଭାଇରାସ୍‌କୁ ବ୍ୟାପିବାକୁ ଦେବ ନାହିଁ। କେବଳ ଏତିକି ନୁହେଁ, ଏହା ଜୀକା ଭାଇରସ୍‌ ଉପରେ ମଧ୍ୟ ସମାନ ପ୍ରଭାବ ପକାଇବ।

ଏହାସହ ପଢ଼ନ୍ତୁ: ଆଜି ବି ସ୍ମୃତି ତାଜା କରୁଛି ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା, ସାରା ଦେଶ ଜଣାଉଛି ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

କୁଆଲାଲମ୍ପୁରରେ ବିଶେଷଜ୍ଞମାନେ କହିଥିଲେ, ସାରା ବିଶ୍ୱରେ ବଢ଼ୁଥିବା ଡେଙ୍ଗୁ ମହାମାରୀକୁ ରୋକିବା ପାଇଁ Vulbachiaର ଖୋଜ୍‌ କରାଯାଇଛି। ଏହା ଡେଙ୍ଗୁ ଭଳି ଜ୍ୱରକୁ ରୋକିବା ପାଇଁ ଏକ ହ୍ୟୁମାନ୍‌ ଫ୍ରେଣ୍ଡଲି ବ୍ୟାକ୍ଟେରିଆ ଅଟେ। Vulbachiaର ଷ୍ଟ୍ରେନ୍‌କୁ ଉପଯୋଗ କରି ଡେଙ୍ଗୁ ଭାଇରାସ୍‌ର ସ୍ଥାନାନ୍ତରଣକୁ ରୋକାଯାଇ ପାରିବ। ଏହାଦ୍ୱାରା ମଣିଷ ଭିତରେ ଡେଙ୍ଗୁ ଭଳି ଘାତକ ଜ୍ୱର ଆଉ ବ୍ୟାପିପାରିବ ନାହିଁ।

de2

ପ୍ରକୃତରେ, Vulbachia ବ୍ୟାକ୍ଟେରିଆ ମଶା ଭିତରେ ଥିବା ଡେଙ୍ଗୁ ଭାଇରସ୍‌କୁ ନଷ୍ଟ କରିଦେଇଥାଏ। ରିସର୍ଚ୍ଚରୁ ବାହାରିଥିବା ଡାଟା ବର୍ତ୍ତମାନ ବାୟୋଲୋଜିରେ ପ୍ରକାଶିତ ହୋଇଛି। ବିଗତ ୫୦ ବର୍ଷ ଭିତରେ ମଶାଙ୍କ ଦ୍ୱାରା ସୃଷ୍ଟି ହେଉଥିବା ରୋଗକୁ ଲଢ଼ିବା ପାଇଁ ବିଭିନ୍ନ ଦେଶରେ ଶତାଧିକ ଟେକ୍ନୋଲୋଜି ଡେଭେଲୋପ୍‌ କରାଯାଇଛି। କିନ୍ତୁ ଏହି ଟେକ୍ନୋଲୋଜି ଡେଙ୍ଗୁ ଭଗେଇବାରେ ବେଶ୍‌ ସାହାଯ୍ୟ କରିପାରିବ ବୋଲି ଆଶା ରହିଛି।

ଏହାସହ ପଢ଼ନ୍ତୁ: ଆପଣଙ୍କ ଅଜାଣତରେ ଆକାଉଣ୍ଟରୁ କଟିଯିବ ଟଙ୍କା, ଥରେ ପଢ଼ନ୍ତୁ ଏହି ରିପୋର୍ଟ ଆଉ ଜାଣନ୍ତୁ କେମିତି ଜଣେ ମହିଳା ଏହାର…

de456

ଏହାସହ ପଢ଼ନ୍ତୁ: ବିବାହରେ ନିଆରା ପ୍ରଚେଷ୍ଟା, ଫୁଲକୁଣ୍ଡ ଦେଇ ଅତିଥିଙ୍କୁ କଲେ ନିମନ୍ତ୍ରଣ

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ସେମାନେ ଏହି ଟେକ୍ନୋଲୋଜି ଯେଉଁଠି ଯେଉଁଠି ପ୍ରୟୋଗ କରିଥିଲେ, ସେଠି ସେମାନଙ୍କୁ ୭୦ ପ୍ରତିଶତରୁ ଅଧିକ ସକ୍ସେସ୍‌ ରେଟ୍‌ ମିଳିଥିଲା। ଯେଉଁ ମଶାଙ୍କ ଅଣ୍ଡାରେ Vulbachia ବ୍ୟାକ୍ଟେରିଆ ଇଞ୍ଜେକ୍ଟ କରିଥିଲେ, ସେହି ମଶାଗୁଡ଼ିକୁ ବାହାର ଦୁନିଆରେ ଛାଡ଼ିଦେଇଥିଲେ। ଯେଉଁଠି ମଶାଙ୍କୁ ଛଡ଼ାଯାଇଥିଲା, ସେଠି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୪୦ ପ୍ରତିଶତ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। କହି ରଖୁଛୁ କି, ସାରା ବିଶ୍ୱରେ ପ୍ରତିବର୍ଷ ପାଖାପାଖି ୨୫ ହଜାର ଲୋକ ଡେଙ୍ଗୁ ଯୋଗୁ ଅସମୟରେ ମୃତ୍ୟବରଣ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.