Below header

ହୋଟେଲ ବିଲ୍‌ ଦେଖି ପାଦ ତଳୁ ଖସିଗଲା ମାଟି, ୮ ଜଣଙ୍କ ଖାଦ୍ୟର ମୂଲ୍ୟ ମାତ୍ର ୪୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଗତ କିଛିଦିନ ହେଲାଣି ଆପଣ ସୋସିଆଲ ମିଡିଆରେ ହୋଟେଲ ବିଲ୍‌କୁ ନେଇ ବିଭିନ୍ନ ଖବର ବିଷୟରେ ନିଶ୍ଚିତ ଜାଣିଥିବେ। କେଉଁଠି ଦୁଇଟି ଅଣ୍ଡାକୁ ୪୦୦ରୁ ଉର୍ଦ୍ଧ୍ୱ ଟଙ୍କା ହୋଇଥିବା ବେଳେ ଆଉ କେଉଁଠି କଦଳୀ ପାଇଁ ହଜାର ହଜାର ଟଙ୍କା ସେଲିବ୍ରିଟ୍‌ ଦେଇଛନ୍ତି। ଯାହାକୁ ନେଇ ସେଲିବ୍ରିଟିମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ବହୁତ ସହଜରେ ଏବଂ କମ୍‌ ମୂଲ୍ୟରେ ମିଳୁଥିବା ଜିନିଷ ହୋଟେଲରେ ଅଧିକ ମୂଲ୍ୟରେ ଦେଇ ଲମ୍ବାଚଉଡା ବିଲ୍‌ ଧରାଇଦେଉଛନ୍ତି। ଏମିତି ଏକ ମାମଲା ଚୀନର ଶାଙ୍ଘାଇରେ ଦେଖିବାକୁ ମିଳିଛି। ଯେଉଁଠାରେ ୮ ଜଣ ଲୋକଙ୍କ ଡିନର ବିଲ ୪୪ ଲକ୍ଷରୁ ଉର୍ଦ୍ଧ୍ୱ ଆସିଥିଲା। ଯେଉଁଥିପାଇଁ ହୋଟେଲ ଏବେ ଚର୍ଚ୍ଚାରେ।

bill

ଶାଙ୍ଘାଇରେ ଥିବା ‘ମ୍ୟାଗି ରେଷ୍ଟୁରାଣ୍ଟ’କୁ ଦୁବାଇରୁ ଆସିଥିବା ୮ ଜଣ ଲୋକ ଡିନର ପାଇଁ ପହଞ୍ଚିଥିଲେ। ଯେଉଁଠାରେ ସେମାନେ ଖାଇବା ପାଇଁ ପାଖାପାଖି ୨୦ଟି ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ଶେଷରେ ଯେତେବେଳେ ବିଲ୍‌ ଦେଖିଲେ, ସେମାନଙ୍କ ପାଦ ତଳେ ଆଉ ମାଟି ରହିଲା ନାହିଁ। ସେମାନେ ଅର୍ଡର କରିଥିବା ଖାଦ୍ୟର ବିଲ୍‌ ୪୪ ଲକ୍ଷରୁ ଉର୍ଦ୍ଧ୍ୱ ଆସିଥିଲା। ଯାହାର ଭିଡିଓ ୟୁଟ୍ୟୁବରେ ଘୁରି ବୁଲୁଛି।
ପ୍ରଥମେ ଏହି ବିଲ୍‌କୁ ଦେଖି ହୋଟେଲ କର୍ମଚାରୀ ବିଲ୍‌ ନକଲି ଏବଂ ଫଟୋଶପ୍‌ରେ କରାଯାଇଛି ବୋଲି ଯୁକ୍ତି କରୁଥିଲେ। କିନ୍ତୁ ପରେ ଏହି ବିଲ୍‌କୁ ହୋଟେଲର ମାଲିକ ଏବଂ ମୁଖ୍ୟ ରୋଷେୟା ସତ ବୋଲି ସ୍ୱୀକାର କରିଥିଲେ। ସେମାନେ କହିଥିଲେ, ସେହିଦିନ ହୋଟେଲ ପକ୍ଷରୁ ଅତି ମହଙ୍ଗା ଡିନର ସର୍ଭ କରାଯାଇଥିଲା।

ଏହାସହ ପଢ଼ନ୍ତୁ ; ରୋଗୀଙ୍କ ନକଲ କରିବାକୁ ଯାଇ ନର୍ସ ବନାଇଲେ TikTok Video, ଏବେ ଲୋକେ କହୁଛନ୍ତି ଏପରି

ମୁଖ୍ୟ ରୋଷେୟାଙ୍କ କହିବାନୁଯାୟୀ, ଦୁବାଇରୁ ଆସିଥିବା ଏହି ୮ ଜଣଙ୍କ ପାଇଁ ଡିନର ପ୍ରସ୍ତୁତ ହୋଇଥିଲା। ଯେଉଁଥିରେ ୨୦୦୦ ବର୍ଷର ପୁରୁଣା ସଲ୍ଟ ପ୍ଲେଟର ବ୍ୟବହାର କରାଯାଇଥିଲା। ଯେଉଁଥିପାଇଁ ଏହାର ବିଲ୍‌ ଏତେମାତ୍ରାରେ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.