ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ବାତ୍ୟା ବୁଲ୍ବୁଲ୍ ସମୟରେ ଆହତ ହୋଇଥିବା NDRF ଇନିସପେକ୍ଟର ମନୋରଞ୍ଜନ ପ୍ରସାଦ
କେନ୍ଯୁଜ୍: ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ବୁଲ୍ବୁଲ୍ ହିରୋ। ବାତ୍ୟା ବୁଲ୍ବୁଲ୍ ସମୟରେ ଆହତ ହୋଇଥିବା NDRF ଇନିସପେକ୍ଟର ମନୋରଞ୍ଜନ ପ୍ରସାଦଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ପଠାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ,SRC ଓ ମୁଖ୍ୟ ଶାସନ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି NDRF ଡିଜି ଏସ୍.ଏନ ପ୍ରଧାନ।
ବୁଲ୍ବୁଲ୍ ପ୍ରଭାବରେ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ବିଶେଷ କ୍ଷୟକ୍ଷତି ହୋଇଥିଲା। ରାସ୍ତା ସଫା କରିବା ପାଇଁ ଓଡ୍ରାଫ୍ ଓ ଏନ୍ଡିଆଫ୍ ପକ୍ଷରୁ ଜୋରଦାର କାମ ଚାଲିଥିବାବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ରାସ୍ତା ସଫା ବେଳେ ଖୁଣ୍ଟ ପଡି ମନୋରଞ୍ଜନ ପ୍ରସାଦ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଟକ SCBରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ତାଙ୍କର ଚିକିତ୍ସା କରାଯାଉଥିଲା।