ମାତ୍ର ୧୨ ବର୍ଷ ବୟସରେ ଡାଟା ସାଇଣ୍ଟିଷ୍ଟ୍‍ ହେଲେ ସିଦ୍ଧାର୍ଥ! ଜାଣନ୍ତୁ ତାଙ୍କ ସଫଳତାର କାହାଣୀ

ହାଇଦ୍ରାବାଦର ୧୨ ବର୍ଷର ବାଳକ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲଇ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏତେ କମ୍‌ ବୟସରେ ତାଙ୍କୁ ଏକ ସପ୍ଟେଓ୍ଵୟାର୍‌ କମ୍ପାନୀରେ ଡାଟା ସାଇଣ୍ଟିଷ୍ଟ୍‍ ରୂପେ ଚାକିରି ମିଳିଯାଇଛି। ସିଦ୍ଧାର୍ଥ ଶ୍ରୀଚୈତନ୍ୟ ସ୍କୁଲରେ ଷ୍ଟାଣ୍ଡାର୍ଡ ୭ର ଛାତ୍ର। ‘ମୋଣ୍ଟେଜିନ୍‌ ସ୍ମାର୍ଟ ବିଜିନେସ୍‌ ସଲ୍ୟୁଶନ୍ସ’ ନାମକ ସଫ୍ଟେଓ୍ଵୟାର୍‌ କମ୍ପାନୀ ସିଦ୍ଧାର୍ଥଙ୍କୁ ଚାକିରି ଦେଇଛି। କମ୍‌ ବୟସରେ ଏଭଳି ସ୍ଥାନରେ ପହଞ୍ଚିବାରେ ସିଦ୍ଧାର୍ଥ ନିଜ ପରିବାରକୁ ସମସ୍ତ ଶ୍ରେୟ ଦେଇଛନ୍ତି।

boy34

ଗୁଗଲ ଡେଭେଲପର୍‌ ତନ୍ମୟ ବକ୍ସି ହେଉଛନ୍ତି ପ୍ରେରଣା

ସିଦ୍ଧାର୍ଥ କହିଛନ୍ତି, ‘ମୁଁ ଶ୍ରୀଚୈତନ୍ୟ ଟେକ୍ନୋ ସ୍କୁଲରେ ୭ମ ଶ୍ରେଣୀରେ ପାଠ ପଢ଼ୁଛି। ସପ୍ଟେଓ୍ଵୟାର୍‌ କମ୍ପାନୀ ଜଏନ୍‌ କରିବା ପଛରେ ମୋର ସବୁଠାରୁ ବଡ଼ ପ୍ରେରଣା ହେଉଛନ୍ତି ତନ୍ମୟ ବକ୍ସି। ତାଙ୍କୁ ଖୁବ୍‌ କମ୍‌ ବୟସରୁ ହିଁ ଗୁଗଲରେ ଜଣେ ଡେଭେଲପର୍‌ ରୂପରେ କାମ ମିଳିଯାଇଥିଲା। ଏବେ ସେ ଦୁନିଆକୁ ଏହା ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ ଆର୍ଟିଫିଶଲ୍‌ ଇଣ୍ଟେଲିଜେନ୍ସ(ଏଆଇ) କ୍ରାନ୍ତି କେତେ ସୁନ୍ଦର ଜିନିଷ ଅଟେ’।

ଏହାସହ ପଢ଼ନ୍ତୁ: ଜାଣନ୍ତୁ ସ୍ୱର୍ଗର ଅପ୍‌ସରା ଉର୍ବଶୀଙ୍କ ପୂର୍ବଜନ୍ମର କାହାଣୀ

boy23

ଏହାସହ ପଢ଼ନ୍ତୁ: ଜାଣନ୍ତୁ ଭଗବାନ ଶଙ୍କର ୧୯ଟି ଅବତାର ଧାରଣ କରିବାର କିଛି ରୋଚକ ତଥ୍ୟ

ପିଲାବେଳୁ ହିଁ ବାପା ଶିଖାଉଥିଲେ କୋଡିଙ୍ଗ୍‌

କମ୍‌ ବୟସରେ ଏତେ ସଫଳତା ହାସଲ କରିବା ପଛରେ ସିଦ୍ଧାର୍ଥ ନିଜ ବାପାଙ୍କୁ ଶ୍ରେୟ ଦେଇଛନ୍ତି। ସେ ବହୁତ ପିଲାବେଳୁ ହିଁ ତାଙ୍କୁ କୋଡିଙ୍ଗ୍‌ ଶିଖାଉଥିଲେ। ଏ ନେଇ ସିଦ୍ଧାର୍ଥ କୁହନ୍ତି, ‘କମ୍‌ ବୟସରୁ ମୋତେ ସାହାଯ୍ୟ କରିବା ଲୋକ ହେଉଛନ୍ତି ମୋ ପାପା। ସେ ମୋତେ ଅନେକ ସଫଳ ଲୋକଙ୍କର ଜୀବନ କାହାଣୀ ଶୁଣାଇଛନ୍ତି। ମୋତେ କମ୍ପ୍ୟୁଟର କୋଡିଙ୍ଗ୍‌ ମଧ୍ୟ ଶିଖାଇଛନ୍ତି। ଆଜି ମୁଁ ଯାହା ବି ହୋଇଛି, ସବୁ ତାଙ୍କରି ଯୋଗୁ ହୋଇଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.