Below header

ଦଉଡ଼ି ଦେଲା ୯ମ ଶ୍ରେଣୀ ଛାତ୍ର, ସୁଇସାଇଡ୍‌ ନୋଟ୍‌ରେ ଲେଖିଲା ‘ମୁଁ କଥା ଦେଉଛି ଖୁବ୍‌ଶୀଘ୍ର ଭଲ ଇଂରାଜୀ କହିବି’

ଜୀବନକୁ ଭଲ ଭାବେ ଜାଣିନଥିବା ଜଣେ ନବମ ଶ୍ରେଣୀର ଛାତ୍ର ଦଉଡ଼ି ଦେଇ ଆତ୍ମହତ୍ୟା କରିଛି। ମୃତ୍ୟୁ ପୂର୍ବରୁ ସେ ଏକ ଡାଏରୀରେ ଲେଖିଥିବା କେଇ ଧାଡ଼ି କୌଣସି ଫିଲ୍ମର କାହାଣୀଠାରୁ କମ୍‌ ମନେ ହେଉନାହିଁ। ମରିବା ପୂର୍ବରୁ ସେ ଖାତାରେ ଲେଖିଛି ଯେ ‘ମୁଁ ଖୁବ୍‌ଶୀଘ୍ର ଭଲ ଇଂରାଜୀ କହିବି’। ଏହି ଗୋଟିଏ ଧାଡ଼ିରୁ ବୁଝାପଡ଼ୁଛି ଯେ ପିଲାଟି ଇଂରାଜୀ କହିବାରେ ଅସମର୍ଥ ହେବାରୁ ନିଜ ଜୀବନ ହାରିଛି।

Image result for suicide pic"

ରିପୋର୍ଟ ମୁତାବକ ମୃତ ଛାତ୍ରର ନାଁ ହେଉଛି ଆଶୁତୋଷ। ସେ କାନପୁରର ଜୁଗଳ ଦେବୀ ସରସ୍ୱତୀ ବିଦ୍ୟାମନ୍ଦିରରେ ୯ମ ଶ୍ରେଣୀରେ ପଢୁଥିଲା। ସାନଭାଇ ଅନିମେଷର ଜନ୍ମ ବେଳେ ମା’ଙ୍କୁ ହରାଇଥିବା ଆଶୁତୋଷ ଭାଇ ସହ ଜେଜେବାପା ଓ ଜେଜେମା’ଙ୍କ ପାଖରେ ରହୁଥିଲା। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଙ୍କ ପିତା ଦ୍ୱିତୀୟ ବିବାହ କରିନଥିଲେ। କିନ୍ତୁ ଘରଠାରୁ ଦୂର ଏକ ସ୍କୁଲରେ ଶିକ୍ଷକ ଭାବେ ତାଙ୍କ ପୋଷ୍ଟିଂ ହୋଇଥିବାରୁ ସେ ପିଲା ଦୁହିଁଙ୍କୁ ବାପାମା’ଙ୍କ ନିକଟରେ ଛାଡ଼ିଥିଲେ। ମାନସିକ ଭାବେ ବହୁତ ଏକଲା ହୋଇଯାଇଥିବା ଆଶୁତୋଷ ସବୁବେଳେ ମା’ଙ୍କୁ ଝୁରୁଥିଲା ବୋଲି ପରିବାର ଲୋକେ କହିଛନ୍ତି।

9वीं के छात्र की आत्महत्या का मामला

ଆଶୁତୋଷ ସୁଇସାଇଡ୍‌ ନୋଟ୍‌ରେ ଲେଖିଛି ଯେ ‘ସାଙ୍ଗମାନଙ୍କ ତୁଳନାରେ ନିଜେ କେତେ ସମର୍ଥ ତାହା ସବୁ ପିଲା ଜାଣିଥାନ୍ତି। ମତେ ଭଲ ସାଙ୍ଗଙ୍କ ସଙ୍ଗତ ମିଳିଥିଲା ଓ ସେମାନେ ଖୁବ୍‌ ସାହାଯ୍ୟ ବି କରୁଥିଲେ। କିନ୍ତୁ ବେଳେବେଳେ ସେମାନେ ଭଲ ଇଂରାଜୀ କହୁଥିବାରୁ ମୋତେ ତାଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଥାଏ। ପୂର୍ବରୁ ମୁଁ ତେଲୁଗୁ ମିଡିୟମ୍‌ ସ୍କୁଲରେ ପଢ଼ୁଥିବାରୁ ଭଲ ଭାବେ ଇଂରାଜୀରେ କଥାବାର୍ତ୍ତା ହୋଇପାରେ ନାହିଁ। ଏଠାରେ ଏହି ଗୋଟିଏ ସ୍କୁଲ ବ୍ୟତୀତ ଅନ୍ୟ କୌଣସି ସ୍କୁଲ ନଥିବାରୁ ବାଧ୍ୟ ହୋଇ ମତେ ଏଠାରେ ପଢ଼ିବାକୁ ପଡ଼ିଲା। ମୁଁ ତୁମକୁ କଥା ଦେଉଛି ଖୁବ୍‌ଶୀଘ୍ର ଭଲ ଇଂରାଜୀ କହିବି’। ଏହା ପରେ ସେ ନିଜ ନାଁ ସହ ଆଉ ଜଣେ ଛାତ୍ରୀଙ୍କ ନାଁ ଲେଖିଥିଲା ଓ ସ୍ୱାକ୍ଷର ବି କରିଥିଲା।

9वीं के छात्र की आत्महत्या का मामला

ପୋଲିସ କହିବାନୁସାରେ ଆଶୁତୋଷ ସେ ଝିଅ ସହ ସାଙ୍ଗ ହେବାକୁ ଚାହୁଁଥିଲା। ଏଣୁ ସେ ଇଂରାଜୀ ଶିଖୁଥିଲା। ଯେଉଁ ପିଲା ସହ ଆଶୁତୋଷ ବନ୍ଧୁତା କରିବାକୁ ଚାହୁଁଥିଲା, ତା’ର ଏକ ନୋଟ୍‌ ବୁକ୍‌ ମଧ୍ୟ ତା’ଖଟ ଉପରୁ ଉଦ୍ଧାର ହୋଇଥିବା ପୋଲିସ ସୂଚନା ଦେଇଛି। କିନ୍ତୁ ଏହା କେମିତି ତା’ ପାଖକୁ ଆସିଲା ତାହା ଜଣାପଡ଼ିନାହିଁ। ତେବେ ଆଶୁତୋଷର ଆତ୍ମହତ୍ୟା ପଛର କାରଣ କେବଳ ଇଂରାଜୀରେ କଥାବାର୍ତ୍ତା ନ କରିପାରିବା ନା ଆଉ କିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.