ରଣଜୀ ଟ୍ରଫି ମ୍ୟାଚ୍‌ : ମହାରାଷ୍ଟ୍ର ବିପକ୍ଷରେ ଓଡ଼ିଶାର ୨୨୦ ରନ୍‌, ଅର୍ଦ୍ଧଶତକ କରି ଅପରାଜିତ ଅଛନ୍ତି ଶାନ୍ତନୁ ମିଶ୍ର ଓ ରାଜେଶ ଧୁପର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓପ୍ନର ଶାନ୍ତନୁ ମିଶ୍ର ଏବଂ ଓ୍ଵିକେଟ୍‌ କିପର ରାଜେଶ ଧୁପରଙ୍କ ଯୋଡ଼ି ଆଜି ମହାରାଷ୍ଟ୍ର ବିପକ୍ଷରେ କମାଲ୍‌ କରିଛି । ଦୁହିଁଙ୍କ ୧୨୪ ରନ୍‌ର ଭାଗିଦାରୀ ରଣଜୀ ଟ୍ରଫି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଓଡ଼ିଶାକୁ ଭଲ ସ୍ଥିତିରେ ପହଞ୍ଚାଇଛି । ଆଜି ପ୍ରଥମ ଦିନ ଶେଷ ବେଳକୁ ଶାନ୍ତନୁ ୮୪ ଏବଂ ରାଜେଶ ୬୭ ରନ୍‌ କରି ଅପରାଜିତ ରହିଛନ୍ତି ।

ମହାରାଷ୍ଟ୍ରର ନାଗୋଥାନେ ଷ୍ଟାଡିୟମ୍‌ରେ ଏଲିଟ୍‌ ଗ୍ରୁପ୍‌-ସି’ର ଏହି ମ୍ୟାଚ୍‌ରେ ମହାରାଷ୍ଟ୍ର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମ ଓ୍ଵିକେଟ୍‌ରେ ଶାନ୍ତନୁ ଓ ଅନୁରାଗ ଷଡ଼ଙ୍ଗୀ ୬୫ ରନ୍‌ ଯୋଗ କରି ଓଡ଼ିଶା ପାଇଁ ଭଲ ମୂଳଦୁଆ ରଖିଥିଲେ । ହେଲେ ଅନୁରାଗ ୪୧ ରନ୍‌ (୫ ଚୌକା ଓ ୨ ଛକା) କରି ଆଉଟ୍‌ ହେବା ପରେ ଓଡ଼ିଶା ଇନିଂସ୍‌ ବାଟ ହୁଡ଼ି ଯାଇଥିଲା । ମାତ୍ର ୩୧ ରନ୍‌ ଭିତରେ ଓଡ଼ିଶା ଦଳର ୫ଟି ଓ୍ଵିକେଟ୍‌ ପଡ଼ି ଯାଇଥିଲା । ଖରାପ ଫର୍ମରେ ଥିବା ଅଧିନାୟକ ଶୁଭ୍ରାଂଶୁ ସେନାପତି (୧), ଗୋବିନ୍ଦ ପୋଦ୍ଦାର (୫), ବିପ୍ଳବ ସାମନ୍ତରାୟ (୫) ଏବଂ ଅଭିଷେକ ରାଉତ (୧୨) ଖୁବ୍‌ କମ୍‌ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ । ଏହାପରେ ଶାନ୍ତନୁ ଓ ରାଜେଶଙ୍କ ଯୋଡ଼ି ଦଳର ସମ୍ମାନ ରଖିଥିଲେ ।

ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍‌-୨୨୦/୫ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.