Below header

ନୋଟବନ୍ଦୀର ୪ବର୍ଷ ପରେ ପୁରୁଣା ନୋଟ୍‌ ନେଇଁ ବ୍ୟାଙ୍କ ପହଞ୍ଚିଲେ ଦୃଷ୍ଟିହୀନ ଦମ୍ପତି, ଜାଣନ୍ତୁ ତା’ପରେ କ’ଣ ହେଲା

ତାମିଲନାଡୁରେ ଧୂପକାଠି ବିକ୍ରୀ କରି ଗୁଜୁରାଣ ମେଣ୍ଟାଉଥିବା ଜଣେ ଦୃଷ୍ଟିହୀନ ଦମ୍ପତିଙ୍କୁ ସେହି ସମୟରେ ଝଟକା ଲାଗିଥିଲା ଯେଉଁ ସମୟରେ ସେ ଜାଣିବାକୁ ପାଇଥିଲେ ଯାହାକୁ ସେ ସଞ୍ଚୟ କରି ପୁଞ୍ଜି କରିଥିଲେ ତାହା ଏବେ ରଦ୍ଦ ହୋଇଯାଇଛି।

ବାସ୍ତବରେ ତାମିଲନାଡୁର ପୋଠିୟା ମୋପାନୁରେ ଗାଁର ସୋମୁ (୫୮) ନିଜ ପତ୍ନୀଙ୍କ ସହ ମିଶି ପାଖାପାଖି ଅଞ୍ଚଳରେ ଧୂପକାଠି ଏବଂ କର୍ପୂର ବିକ୍ରୀ କରି ଟଙ୍କା ରୋଜଗାର କରୁଥିଲେ ଏବଂ ସେହି ଟଙ୍କାରୁ କିଛି ଟଙ୍କା ବଞ୍ଚାଇ ନିଜ ମା’ଙ୍କୁ ଜମା କରିବା ପାଇଁ ଦେଉଥିଲେ। ସୋମୁଙ୍କ ମା’ ସେହି ପଇସାକୁ ଯୋଡି ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟରେ ବଦଳାଇ ଘରେ ସୁରକ୍ଷିତ ରୂପେ ରଖିଥିଲେ। ତାଙ୍କୁ ଏହା ମଧ୍ୟ ଜଣାନଥିଲା କି ଗତ ୨୦୧୬ ମସିହାରେ ହୋଇଥିବା ନୋଟବନ୍ଦୀ ପରେ ପୁରୁଣା ୫୦୦ ଟଙ୍କିଆ ଏବଂ ୧୦୦୦ଟଙ୍କିଆ ନୋଟ୍‌ ଅମାନ୍ୟ ହୋଇସାରିଛି।

black-money1ସୂଚନା ମୁତାବକ ଏବେ କରୋନା ଭାଇରସ ସଂକ୍ରମଣ କାରଣରୁ ଜାରି ରହିଥିବା ଲକଡାଉନ୍‌ ପାଇଁ ସୋମୁ ଏବଂ ତାଙ୍କ ପତ୍ନୀଙ୍କ କାମ ବନ୍ଦ ହୋଇଯାଇଛି। ଏହାପରେ ସେମାନେ ୧୦ ବର୍ଷରେ କିଛି କିଛି ଟଙ୍କା ସଞ୍ଚୟ କରିଥିବା ୨୪୦୦୦ଟଙ୍କା ମାଁଙ୍କୁ ମାଗିଥିଲେ। ଏହାପରେ ସେମାନେ ସେହି ଟଙ୍କାକୁ ବ୍ୟାଙ୍କରେ ଜମା କରିବା ପାଇଁ ପହଞ୍ଚିବା ପରେ ଜାଣିବାକୁ ପାଇଲେ, ଯାହାକୁ ସେ ଜୀବନ ସାରାର ଆୟ ଭାବି ସଞ୍ଚୟ କରି ରଖିଥିଲେ ତାହା ଗତ ୨୦୧୬ ମସିହାରୁ ରଦ୍ଦ ହୋଇସାରିଛି।

tamilnadu1ଏହି ଘଟଣା ସୋମୁ ଏବଂ ତାଙ୍କ ପତ୍ନୀଙ୍କ ପାଇଁ କୌଣସି ଝଟକାରୁ କମ ନୁହେଁ। କାରଣ ତାଙ୍କୁ ଏସମ୍ପର୍କରେ କିଛି ଜଣାନଥିଲା। ଯାହାଫଳରେ ସେମାନେ ଏହି ନୋଟ୍‌ ନଚଳିବା ସମ୍ପର୍କରେ ସ୍ୱିକାର କରିବା ପରେ ବର୍ତ୍ତମାନ ପୋଲିସ ଏହି ମାଲାର ତଦନ୍ତ ଚଳାଇଛି। ଏହାପରେ ସୋମୁ ନିଜ ପରିବାରର ସାହାଯ୍ୟ ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀଙ୍କୁ ଗୁହାରୀ କରିଛନ୍ତି। ଅନ୍ୟପଟେ ପୋଲିସ ତଦନ୍ତ ଚଳାଇବା ସହ ଦୃଷ୍ଟିହୀନ ଦମ୍ପତ୍ତିଙ୍କୁ ପଚରାଉଚରା ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.