Below header

ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ କହିବାରୁ ପରିଜନମାନେ ଘଟାଇଲେ ଏଭଳି କାଣ୍ଡ, ଦେଖନ୍ତୁ ଭିଡିଓ

କୁହାଯାଏ ମଣିଷର ରାଗ ବ୍ରହ୍ମଚଣ୍ଡାଳ । ଅତ୍ୟଧିକ ଉତକ୍ଷିପ୍ତ ହୋଇଗଲେ ସେ କଣ କରିବସେ ତାହା ନିଜେ ବି ଜାଣିପାରେନାହିଁ । ତେବେ ଯଦି ଆମେ ଗୋଷ୍ଠୀ ଉପରକୁ ଆସିବା ତାହେଲେ ଗୋଷ୍ଠିମୂଳକ କଳିରେ ଜଣେ ଅନ୍ୟଜଣଙ୍କ ରାଗକୁ ବୃଦ୍ଧି କରାଇଥାଏ । ଯାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଏହି ଭିଡ଼ିଓରେ ।

video courtesy ‘ANI’

ଏହାସହ ପଢନ୍ତୁ ଅଭିନବ ପ୍ରତିବାଦ, ନିଜ ଝିଅ ଦେହରେ ନିଆଁ ଲଗାଇ ମହିଳା କଲେ ବିକ୍ଷୋଭ

ଦେଖନ୍ତୁ ଏହି ଭିଡିଓକୁ । ଏହା ହେଉଛି ରାମପୁର ହସ୍ପିଟାଲର ଏମର୍ଜେନ୍ସି ୱାର୍ଡର ଦୃଶ୍ୟ । ଯେଉଁଠି କିଛି ଲୋକ ଜଣକ ପରେ ଜଣେ ଆସି କୋଠରୀ ଭିତରେ ଥିବା ଆସବାବପତ୍ରକୁ ଭାଙ୍ଗିବାରେ ବ୍ୟସ୍ତ । ଦେଖିଲେ ଲାଗୁଛି ନିଶ୍ଚିତ ଭାବେ କୌଣସି ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ତେବେ ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ । ଏହାର କାରଣ ହେଉଛି ଏହି ହସ୍ପିଟାଲରେ ହାର୍ଟ ସ୍ପେସିଆଲିଷ୍ଟଙ୍କ ଅଭାବ ଥିବାରୁ ମ୍ୟାନେଜମେଣ୍ଟ ରୋଗୀକୁ ଅନ୍ୟ ଏକ ହସ୍ପିଟାଲକୁ ରେଫର କରିଥିଲେ । ଏହି କଥାରେ ଉତକ୍ଷିପ୍ତ ହୋଇ ରୋଗୀର ପରିଜନ ଓ ଅନ୍ୟ ଲୋକମାନେ ଆସି ଏମର୍ଜେନ୍ସି ୱାର୍ଡରେ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.