ମୃତ୍ୟୁର ୬ ଘଣ୍ଟା ପରେ ହଠାତ୍‌ ପୁଣି ଜିଇଁଉଠିଲେ ମହିଳା!

ବ୍ରିଟେନ୍‌ର ଜଣେ ମହିଳା ମୃତ୍ୟୁର ୬ ଘଣ୍ଟା ପରେ ହଠାତ୍‌ ପୁଣିଥରେ ଜିଇଁଉଠିବା ସମସ୍ତଙ୍କୁ ଆଶ୍ଚଯ୍ୟର୍ କରିଦେଇଛି। ଏହାକୁ ଡାକ୍ତରମାନେ ଏକ ବିରଳ ଘଟଣା ବୋଲି କହିଛନ୍ତି। ବାର୍ସିଲୋନାରେ ରହୁଥିବା ୩୪ ବର୍ଷୀୟା ଏହି ମହିଳାଙ୍କ ନାଁ ଆଣ୍ଡ୍ରି ଶୋମେନ୍‌। ସେ ନିଜ ସ୍ୱାମୀ ରୋହନଙ୍କ ସହ ହାଇକିଙ୍ଗ୍‌ କରିବା ପାଇଁ ସ୍ପେନ୍‌ର ଏକ ପାର୍ବତ୍ୟ ଅଞ୍ଚଳ ପାୟରେନିସ୍‌ ଯାଇଥିଲେ। କିନ୍ତୁ ସେଠାରେ ହାଇକିଙ୍ଗ୍‌ କରିବା ସମୟରେ ହଠାତ୍‌ ବରଫ ତୋଫାନ ମାଡ଼ିଆସିଥିଲା। ଆଉ ଏଥିରେ ଉଭୟ ସ୍ୱାମୀସ୍ତ୍ରୀ ପୂରା ଆଚ୍ଛାଦିତ ହୋଇଯାଇଥିଲେ। ତେବେ ଏତେ ଜୋର୍‌ରେ ବରଫ ପବନ ମାଡ଼ ହୋଇଥିଲା ଯେ ଏଥିରେ ଆଣ୍ଡ୍ରିଙ୍କ ହୃଦ୍‌ ସ୍ପନ୍ଦନ ବନ୍ଦ ହୋଇଯାଇଥିଲା ଏବଂ ସେ ଘଟଣାସ୍ଥଳରେ ହିଁ ଅଚେତ ହୋଇପଡ଼ିଥିଲେ।

and

ଏହାସହ ପଢ଼ନ୍ତୁ: ଲେସବିୟାନ୍ କପଲ ହେଲେ ମା’, ଦୁଇଜଣଙ୍କ ପେଟରେ ବଢ଼ୁଥିଲା ଛୁଆ!

ସେପଟେ ଉଦ୍ଧାରକାରୀ ଦଳ ବିଳମ୍ବରେ ସେମାନଙ୍କ ପାଖରେ ପହଞ୍ଚିଥିଲେ। ବରଫ ଗଦା ଭିତରେ ଆଣ୍ଡ୍ରି ସେହିଭଳି ୬ ଘଣ୍ଟା ଅଚେତ ଅବସ୍ଥାରେ ପଡ଼ିରହିଥିଲେ। ସ୍ତ୍ରୀଙ୍କୁ ଏଭଳି ଅବସ୍ଥାରେ ଦେଖି ରୋହନ ତାଙ୍କୁ ମୃତ ବୋଲି ମାନିନେଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ବାର୍ସିଲୋନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ଚିକିତ୍ସା କରି ଆଣ୍ଡ୍ରିଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।ଡାକ୍ତର କହିଥିଲେ, ‘ହାଇପୋଥର୍ମିଆ ଯୋଗୁ ମହିଳାଙ୍କ ହୃଦ୍‌ ସ୍ପନ୍ଦନ ଅଟକି ଯାଇଥିଲା। କିନ୍ତୁ ତାଙ୍କ ଶରୀର ଏବଂ ମସ୍ତିଷ୍କକୁ କୌଣସି କ୍ଷତି ପହଞ୍ଚି ନ ଥିଲା, ଯେଉଁ କାରଣରୁ ତାଙ୍କ ଜୀବନ ବଞ୍ଚିଯାଇଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.