Below header

ପତ୍ନୀଙ୍କୁ ଜୁଆ ଖେଳରେ ହାରିଗଲେ ପତି, ତାପରେ ହେଲା କିଛି ଏପରି…

କାନପୁର : ଜୁଆରେ ନିଜ ପତ୍ନୀଙ୍କୁ ହାରିଯାଇଛନ୍ତି ଜଣେ ଯୁବକ। ବନ୍ଧୁଙ୍କ ପତ୍ନୀଙ୍କୁ ଜୁଆରେ ଜିତିବା ପରେ ଅନ୍ୟ ଚାରିଜଣ ବନ୍ଧୁ ମହିଳାଙ୍କ ସହିତ ଗଣଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରି ପୋଷାକ ମଧ୍ୟ ଫାଡିଦେଇଥିଲେ। ଏପରି ଏକ ମାମଲା ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଗତ ୧୬ ତାରିଖ ରାତିରେ ଯୁବକ ଜଣକ ନିଜର ଚାରି ଜଣ ବନ୍ଧୁଙ୍କ ସହିତ ଘରକୁ ଆସିଥିଲେ। ଘରକୁ ଫେରିବା ପରେ ସମସ୍ତେ ମିଶି ଅଧିକ ମାତ୍ରାରେ ମଦ୍ୟପାନ କରିଥିଲେ। ମଦ୍ୟପାନ ପରେ ପାଞ୍ଚଜଣ ମିଶି ଜୁଆ ଖେଳିବାକୁ ଲାଗିଥିଲେ। ମହିଳାଙ୍କ ପତି ଅଧିକ ସମୟ ଜୁଆ ଖେଳିବା ପରେ ତାଙ୍କର ସବୁ ଟଙ୍କା ହାରିଯିବା ପରେ ନିଜ ପତ୍ନୀଙ୍କୁ ବାଜି ଲାଗାଇ ଦେଇଥିଲେ।

ଏସବୁ ସତ୍ତ୍ୱେ ମଧ୍ୟ ସେହି ଯୁବକଙ୍କ ଜୁଆ ଖେଳ ନିଶା ଛାଡିନଥିଲେ। ଏହି ଜୁଆ ଖେଳରେ ନିଜ ପତ୍ନୀଙ୍କୁ ମଧ୍ୟ ହାରି ଯାଇଥିଲେ। ପତ୍ନୀଙ୍କୁ ଖେଳରେ ହାରିବା ପରେ ନିଜ ବନ୍ଧୁମାନଙ୍କ ନିକଟରେ ଛାଡି ଦେଲେ। ବନ୍ଧୁଙ୍କ ପତ୍ନୀଙ୍କୁ ଜିତିବା ପରେ ସେହି ଚାରି ଜଣ ଯୁବକ ମହିଳାଙ୍କ ସହିତ ଗଣଦୁଷ୍କର୍ମ କରିବାକୁ ଚେଷ୍ଟା କରିବା ସହ ତାଙ୍କ ପୋଷାକ ଫାଡିଦେଇଥିଲେ। କୌଣସି ପ୍ରକାରରେ ମହିଳା ଜଣକ ନିଜକୁ ଉଦ୍ଧାର କରି ଅନ୍ୟ ଏକ ଘରେ କବାଟ ବନ୍ଦ କରିଦେଇଥିଲେ। ତା’ ପରେ ପୋଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ପୋଲିସ ସେମାନଙ୍କୁ ଗିରଫ କରିବା ପରେ ଥାନାରୁ ଛାଡିଦେଇଥିବା ଖବର ଜଣାପଡିଛି।

କିନ୍ତୁ ଆଶ୍ଚର୍ଯ୍ୟର କଥା, ମହିଳାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ କରୁଥିବା ଏହି ଚାରି ଜଣ ଅଭିଯୁକ୍ତକୁ କିପରି ଛାଡିଦେଇଥିଲା, ତା ଉପରେ ପ୍ରଶ୍ନ ଉଠାଇଛନ୍ତି ପୀଡିତ ମହିଳା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.