ଚନ୍ଦ୍ରଯାନ-୨ : ନାସାକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ଫଟୋ, ଲ୍ୟାଣ୍ଡର ବିକ୍ରମକୁ ନେଇ ପୁଣି ଉଜ୍ଜୀବିତ ହେଲା ଆଶା
ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଙ୍ଗ ନକରିପାରିବା ପରେ ଏବେ ଦିନ ପରେ ଦିନ ବିତିବାରେ ଲାଗିଛି । ସମୟ ବିତିବା ସହିତ ଲ୍ୟାଣ୍ଡର ସହିତ ସମ୍ପର୍କ ରଖିବାର ଆଶା ସେତିକି ମଉଳିବାର ଲାଗିଛି । କିନ୍ତୁ ନାସା’ ର ଗୋଟେ ପ୍ରୟାସ ପୁଣି ଥରେ ଆଶା ସଞ୍ଚାର କରିଛି । ଆମେରିକାର ଅନ୍ତରିକ୍ଷ ଏଜେନ୍ସି ନାସା ନିଜର ଚନ୍ଦ୍ରମା ଅର୍ବିଟର ଦ୍ବାରା ଚନ୍ଦ୍ରରେ ସେହି ଭାଗର ଫଟୋ ଉଠାଇଛି ଯେଉଁଠାରେ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଙ୍ଗର ପ୍ରୟାସ କରିଥିଲା । ନାସା ବର୍ତ୍ତମାନ ଏହି ଫଟୋର ସମୀକ୍ଷା କରୁଛି ।
ନାସାର ଜଣେ ପ୍ରୋଜେକ୍ଟ ସାଇଣ୍ଟିଷ୍ଟଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ନାସା ଏଲଆରଓ ଅନ୍ତରିକ୍ଷଯାନ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ପାଖ ଦେଇ ଯାଉଥିବା ସମୟରେ ବହୁତ ସାରା ଫଟୋ ଉଠାଇଛି, ଯେଉଁଠାରେ ବିକ୍ରମ ଉହ୍ଲାଇବାକୁ ପ୍ରୟାସ କରିଥିଲା । ଏଲଆରଓ ର ଡେପ୍ୟୁଟି ପ୍ରୋଜେକ୍ଟର ସାଇଣ୍ଟିଷ୍ଟ ଜନ୍ କେଲର ନାସାକୁ ବୟାନ ଦେଇ କହିଛନ୍ତି କି, ଅର୍ବିଟରର କ୍ୟାମେରା ଏହି ଫଟୋ ଉଠାଇଛି ।
ଏଲଆରଓ ଟିମ୍ ଏହି ସବୁ ଫଟୋକୁ ବିଷ୍ଳେଶଣ କରିବ ଏବଂ ପ୍ରଥମ ଫଟୋ ସହିତ ଏହି ଫଟୋର ତୁଳନା କରି ଦେଖିବ କି, କଣ ଲ୍ୟାଣ୍ଡର ନଜର ଆସୁଛି କି ନାହିଁ ।
ଏହାସହ ପଢନ୍ତୁ :
‘ଯାହା କରୁଛ କର, ଫାଇନ କାଟିଲେ କରିଦେବି ସୁଇସାଇଡ୍,’ ପୋଲିସଙ୍କୁ ଯୁବତୀଙ୍କ ଧମକ
ରିପୋର୍ଟରେ କୁହାଯାଇଛି କି, ନାସା ଏହି ଫଟୋକୁ ବିଷ୍ଳେଶଣ,ପ୍ରମାଣୀକରଣ ଏବଂ ସମୀକ୍ଷା କରୁଛି । ସେହି ସମୟରେ ଚନ୍ଦ୍ରରେ ସଂନ୍ଧ୍ୟା ସମୟ ଥିଲା ଯେତେବେଳେ ଅର୍ବିଟର ସେଠାରୁ ପାର୍ ହୋଇ ଯାଉଥିଲା । ଏହାର ଅର୍ଥ ଏହି ଅଞ୍ଚଳର ପ୍ରାୟତଃ ସ୍ଥାନର ଫଟୋ କଏଦ ହୋଇଛି । ଏହାସହିତ ଇସ୍ରୋ ଟ୍ବିଟ୍ କରି କହିଛି କି, ଅର୍ବିଟର ନିଜ ହିସାବରେ ଠିକ୍ କାମ କରୁଛି । ଅନ୍ୟପଟେ ଇସ୍ରୋର ଜଣେ ଏକ୍ସପର୍ଟ କମିଟି ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ କଟିବାର କାରଣ ବିଷୟରେ ସନ୍ଧାନ ଏକତ୍ର କରୁଛନ୍ତି ।
#Chandrayaan2 Orbiter continues to perform scheduled science experiments to complete satisfaction. More details on https://t.co/Tr9Gx4RUHQ
Meanwhile, the National committee of academicians and ISRO experts is analysing the cause of communication loss with #VikramLander— ISRO (@isro) September 19, 2019