Below header

ନାସାର ଏକ ଅଚଳ ଉପଗ୍ରହ ପୃଥବୀ ପୃଷ୍ଠରେ ଖସିବ, ୯ଟା ପରେ ବାୟୁମଣ୍ଡଳରେ ପ୍ରବେଶ କରିବ

ଥିବୀ ପୃଷ୍ଠ ଛୁଇଁବା ବେଳକୁ ଉପଗ୍ରହଟିର ଅଧିକାଂଶ ଭାଗ ଜଳିଯାଇପାରେ । ୨୦୦୨ରେ ନାସା ପକ୍ଷରୁ ଏହି ସାଟେଲାଇଟକୁ ପ୍ରେରଣ କରାଯାଇଥିଲା । କିନ୍ତୁ ୨୦୧୮ ପରେ ପରେ ଏହି ଉପଗ୍ରହଟି ଅଚଳ ହୋଇପଡ଼ିଥିଲା । ଚଳିତ ବର୍ଷ ଦ୍ୱିତୀୟ ଥର ପୃଥିବୀ ପୃଷ୍ଠରୁ ମାଡ଼ ହେବାକୁ ଯାଉଛି ନାସାର ଆଉ ଏକ ଉପଗ୍ରହ

କେନ୍ୟୁଜ୍(ବ୍ୟୁରୋ): ଆଜି ଖସିବ ନାସା ସାଟେଲାଇଟ୍‌। ନାସାର ଏକ ଅଚଳ ଉପଗ୍ରହ ପୃଥବୀ ପୃଷ୍ଠରେ ଖସିବ । ଏନେଇ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ସତର୍କ କରାଯାଇଛି। ୬୦୦ପାଉଣ୍ଡ ତଥା ୨୭୦ କିଲୋଗ୍ରାମ ଓଜନର ଏହି ମୃତ ଉପଗ୍ରହ ଆଜି ରାତି ପ୍ରାୟ ୯ଟା ପରେ ପୃଥିବୀ ବାୟୁମଣ୍ଡଳର ପ୍ରବେଶ କରିବ ବୋଲି କୁହାଯାଇଛି। ତେବେ ଏହି ଉପଗ୍ରହ ପୃଥିବୀର କେଉଁ ସ୍ଥାନରେ ପଡ଼ିବ ତାହା ସ୍ପଷ୍ଟ ଜଣାପଡ଼ିନି। ଭୁପୃଷ୍ଠରେ ପଡ଼ିବା ପରେ କେତେ କ୍ଷତି ଘଟାଇପାରେ ସେନେଇ ମଧ୍ୟ ନାସା ପକ୍ଷରୁ କିଛି କୁହାଯାଇନାହିଁ ।

ଅନୁମାନ କରାଯାଉଛି ଯେ ପୃଥିବୀ ପୃଷ୍ଠ ଛୁଇଁବା ବେଳକୁ ଉପଗ୍ରହଟିର ଅଧିକାଂଶ ଭାଗ ଜଳିଯାଇପାରେ । ୨୦୦୨ରେ ନାସା ପକ୍ଷରୁ ଏହି ସାଟେଲାଇଟକୁ ପ୍ରେରଣ କରାଯାଇଥିଲା । କିନ୍ତୁ ୨୦୧୮ ପରେ ପରେ ଏହି ଉପଗ୍ରହଟି ଅଚଳ ହୋଇପଡ଼ିଥିଲା । ଚଳିତ ବର୍ଷ ଦ୍ୱିତୀୟ ଥର ପୃଥିବୀ ପୃଷ୍ଠରୁ ମାଡ଼ ହେବାକୁ ଯାଉଛି ନାସାର ଆଉ ଏକ ଉପଗ୍ରହ । ଗତ ଜାନୁଆରୀ ମାସରେ ୨୪୪୯ କେଜି ଓଜନର ଏକ ଉପଗ୍ରହ ପୃଥିବୀରେ ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.