ମହାରାଷ୍ଟ୍ରରେ ପୋଷ୍ଟର ଲଗାଇ ଅତିକ୍‌ ଓ ଅଶରଫ୍‌ଙ୍କୁ କୁହାଗଲା ‘ଶହୀଦ’, ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ମାଫିଆ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କ ସମର୍ଥନରେ ମହାରାଷ୍ଟ୍ରରେ ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରରେ ଉଭୟ ଭାଇଙ୍କୁ ଶହୀଦ ବୋଲି କୁହାଯାଇଛି।

ମାଫିଆ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କ ସମର୍ଥନରେ ମହାରାଷ୍ଟ୍ରରେ ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରରେ ଉଭୟ ଭାଇଙ୍କୁ ଶହୀଦ ବୋଲି କୁହାଯାଇଛି। ଅତିକ୍‌ ଓ ଅଶରଫ୍‌ଙ୍କୁ ପୋଷ୍ଟର ମାଧ୍ୟମରେ ଶହୀଦ ଘୋଷଣା କରାଯିବା ପରେ ଉତ୍ତେଜନା ଦେଖାଦେଇଛି। ଏହି ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଅତିକ୍‌ ଓ ଅଶରଫ୍‌ଙ୍କ ପୋଷ୍ଟର ମାମଲାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସି ଧାରା ୨୯୩, ୨୯୪ ଏବଂ ୧୫୩ ଅନୁଯାୟୀ ମାମଲା ରୁଜୁ କରିଛି। ବିଶ୍ୱ ହିନ୍ଦୁ ପରିଷଦ ନେତାଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ani
photo: jagran

କହି ରଖୁଛୁ, ମହାରାଷ୍ଟ୍ରର ବିଡ୍‌ରେ ଅତିକ୍‌ ଓ ଅଶରଫ୍‌ଙ୍କ ସମର୍ଥନରେ ପୋଷ୍ଟର ଲଗାଯାଇଥିଲା। ମାଜଲଗାଓଁରେ ଲାଗିଥିବା ଏହି ପୋଷ୍ଟରରେ ଉଭୟ ଭାଇଙ୍କୁ ଶହୀଦ ବୋଲି ଦର୍ଶାଯାଇଥିଲା। ତେବେ ପୋଷ୍ଟର ସମ୍ପର୍କରେ ସୂଚନା ପାଇବା କ୍ଷଣି ପୋଲିସ ପହଞ୍ଚି ସେଗୁଡ଼ିକୁ ହଟାଇ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.