ଗୋଟିଏ ପୋର୍ଟାଲରେ ମିଳୁଛି ୧୩ ହଜାରରୁ ଅଧିକ ସେବା

ଆଜିକାଲି ଡିଜିଟାଲ ଯୁଗ ଆମର ଅନେକ କାମକୁ ସହଜ କରିଦେଇଛି। ଏକ ସମୟ ଥିଲା ଯେତେବେଳେ ଆମେ ସରକାରି ସମ୍ବନ୍ଧିତ କାର୍ଯ୍ୟକୁ କରିବା ପାଇଁ ଅଫିସକୁ ଯିବାକୁ ପଡୁଥିଲା। କିନ୍ତୁ ଆଜି ଆପଣ ଆଧାର କାର୍ଡ, ପାନ କାଡ, ଡ୍ରାଇଭିଂ ଲାଇସେନ୍ସ ଠୁ ଆରମ୍ଭ କରି ଅନେକ ସେବାର ଲାଭ ଗୋଟିଏ ପୋର୍ଟାଲ ରେ ପାଇପାରିବେ। ଭାରତ ସରକାରଙ୍କ ଏହି ପୋର୍ଟାଲରେ ପାଇବେ ଆଧାର, DL ପରି ୧୩ ହଜାରରୁ ଅଧିକ ସେବା, ଜାଣନ୍ତୁ କିପରି ଉଠାଇବେ ଫାଇଦା

ଆଜିକାଲି ଡିଜିଟାଲ ଯୁଗ ଆମର ଅନେକ କାମକୁ ସହଜ କରିଦେଇଛି। ଏକ ସମୟ ଥିଲା ଯେତେବେଳେ ଆମେ ସରକାରି ସମ୍ବନ୍ଧିତ କାର୍ଯ୍ୟକୁ କରିବା ପାଇଁ ଅଫିସକୁ ଯିବାକୁ ପଡୁଥିଲା। କିନ୍ତୁ ଆଜି ଆପଣ ଆଧାର କାର୍ଡ, ପାନ କାଡ, ଡ୍ରାଇଭିଂ ଲାଇସେନ୍ସ ଠୁ ଆରମ୍ଭ କରି ଅନେକ ସେବାର ଲାଭ ଗୋଟିଏ ପୋର୍ଟାଲ ରେ ପାଇପାରିବେ। ସରକାରଙ୍କ ଗୋଟିଏ ମାତ୍ର ଅଫିସିଆଲ େଓ୍ଵବସାଇଟରେ ଆପଣ ଏସବୁ ଡକ୍ୟୁମେଣ୍ଟକୁ ଗୋଟିଏ କ୍ଳିକରେ ପାଇଯିବେ।

ତେବେ ଏସମସ୍ତ ଡକ୍ୟୁମେଣ୍ଟ ପାଇଁ ନିଜ ନିଜ ଅଫିସିଆଲ େଓ୍ଵବସାଇଟ ଥିବା ବେଳେ ଏବେ ଆପଣ ଗୋଟିଏ ଲିଙ୍କରେ ଏସବୁ ର ଡକ୍ୟୁମେଣ୍ଟ ପାଇଯିବେ। ଆଜି ଜାଣନ୍ତୁ ସେହି ଖାସ ପୋର୍ଟାଲ ବିଷୟରେ ଯାହାକୁ ବ୍ୟବହାର କରି ଆପଣ ଏହାର ସୁବିଧା ଉଠାଇପାରିବେ।

ନ୍ୟାସନାଲ ପୋର୍ଟାଲ ଅଫ ଇଣ୍ଡିଆ ଭାରତ ସରକାରଙ୍କ ଏକ ଅଧିକାରିକ ପୋର୍ଟାଲ । ଏଥିରେ ଆପଣ ସିଙ୍ଗିଲ ଓ୍ଵିଣ୍ଡୋରେ ଆକ୍ସେସ କରିବାର ସୁବିଧା ପାଇବେ। ଯାହାକୁ ବ୍ୟବହାର କରି ଆପଣ ଭାରତ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ସେବାର ଲାଭ ଉଠାଇପାରିବେ। ଏଥିରେ ଆପଣ ଆଧାର, ପାନ୍, ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଅନେକ ସେବା ପାଇପାରିବେ । ଏହି ପୋର୍ଟାଲ୍‌ ଆପଣଙ୍କୁ ୱିଣ୍ଡୋ ଆକ୍ସେସ୍ ଦେଇଥାଏ । ଯାହାଦ୍ୱାରା ଆପଣ ଭାରତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ପାଇପାରିବେ ।

ଏହି ୱେବସାଇଟ୍ ହେଉଛି https://www.india.gov.in/ । ଏଥିରେ ଆପଣ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଜନ୍ମ ପ୍ରମାଣପତ୍ର, ମୃତ୍ୟୁ ପ୍ରମାଣପତ୍ର, ବିବାହ ପ୍ରମାଣପତ୍ର ଭଳି ଯେକୌଣସି ଡକ୍ୟୁମେଣ୍ଟ ପାଇଁ ଆବେଦନ କରିପାରିବେ । ଖାଲି ସେତିକି ନୁହେଁ ଏହି ୱେବସାଇଟ୍ ଦ୍ୱାରା ଆପଣ ଶିକ୍ଷା, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍, ଜଳ, ଚାକିରି, ପେନ୍‌ସନ୍ ପରି ଅନ୍ୟାନ୍ୟ ସେବା ମଧ୍ୟ ପାଇପାରିବେ ।

ଏହି ପୋର୍ଟାଲ ମଧ୍ୟରେ ମୋଟ୍‌ ୧୩ ହଜାରରୁ ଅଧିକ ସେବା ପାଇବେ। ତେଣୁ ଆପଣ ବିଭିନ୍ନ ୱେବସାଇଟକୁ ଯାଇ କିଛି ଅପ୍‌ଡେଟ୍‌ କରିବାର ଚିନ୍ତା ଆଉ ନଥିବ। ଭାରତ ସରକାରଙ୍କ ପ୍ରାୟ ସମସ୍ତ ସେବା ଏଥିରେ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.