୦ ଡିଗ୍ରୀ ତାପମାତ୍ରାରେ ବରଫ ପାହାଡ଼ରେ ତପସ୍ୟା କଲେ ସାଧୁ, ସାଥୀରେ ଥିଲା କୁକୁର, ଦେଖନ୍ତୁ ଭାଇରାଲ ଭିଡିଓ
ଟୁଇଟରରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଏଥିରେ ଜଣେ ସାଧୁଙ୍କୁ ବରଫ ପାହାଡ଼ରେ ଦେଖିବାକୁ ମିଳୁଛି। ସାଧୁ ଜଣକ ଥଣ୍ଡାରୁ ବର୍ତ୍ତିବା ପାଇଁ ଦେହରେ କପଡ଼ା ସୁଦ୍ଧା ଢାଙ୍କିନାହାନ୍ତି। ତାଙ୍କ ସହିତ ଏକ କୁକୁର ମଧ୍ୟ ଅଛି।
ଭିଡିଓରେ କ୍ୟାପ୍ସନ ଦିଆଯାଇଛି ଯେ ‘ଏହି ଭିଡିଓ ହିମାଳୟରେ -୪୫ ଡିଗ୍ରୀ ତାପମାତ୍ରାରେ ଜଣେ ଆର୍ମି ଯବାନ ରେକର୍ଡ କରିଛନ୍ତି। ସେ ଏଠାରେ ଜଣେ ସାଧୁଙ୍କୁ ଦେଖିଥିଲେ, ଯିଏ ସକାଳୁ ପୂଜା କରିବା ପାଇଁ ନିଜ କୁକୁର ସହ ଯାଉଥିଲେ’।
ଭିଡିଓକୁ ଅନେକ ଲୋକ ଶେୟାର କରିଛନ୍ତି। ଯଦିଓ ଏହା ଜଣାପଡ଼ିନାହିଁ ଯେ ଭିଡିଓଟି କେଉଁଠିକାର। କିନ୍ତୁ ଆଖାପାଖରେ ବରଫ ଦେଖି ଅନୁମାନ କରାଯାଉଛି, ତାପାମାତ୍ରା ୦ ଡିଗ୍ରୀ ପାଖାପାଖି ଥିବ।
This video is recorded in the Himalayas in minus 45 degree temperature by an army soldier. He came across a sadhu walking with a dog doing his morning prayers in the snow. pic.twitter.com/ynBcsMRsTB
— IndiaDivine.org (@indiadivine) February 13, 2020
ଭିଡିଓରେ ସାଧୁ ଜଣକ ପାହାଡ଼ ତଳକୁ ଆସୁଛନ୍ତି। ଏହାପରେ ସେ ବରଫ ତଳୁ ପାଣି ବାହାର କରି ସ୍ନାନ କରୁଛନ୍ତି। ସେପଟେ ଭିଡିଓ ଦେଖି ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କିଏ ଏହାକୁ ଫେକ୍ ବୋଲି କହିଛି ତ ଆଉ କିଏ ଏହାକୁ ତପସ୍ୟା ଏବଂ ସାଧନାର ପରିଣାମ ବୋଲି କହିଛି।