Below header

ଦରମା ମାଗିବାରୁ ମିଳିଲା ଦଣ୍ଡ, ଯୁବତୀଙ୍କ ଚୁଟି ଧରି ଘୋଷାଡି ପିଟିଲେ ମାଲିକ

ଦରମା ମାଗିବାରୁ ମିଳିଲା ଦଣ୍ଡ । ମହିଳା କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ପିଟିଲେ ମାଲିକ । ଏପରିକି ମାଲିକ ଏବଂ ତାଙ୍କର କିଛି ସାଙ୍ଗ ମିଶି ଯୁବତୀଙ୍କ ଚୁଟି ଧରି ଘୋଷାଡି ପିଟିଥିଲେ । ୟୁପିରେ ହୋଇଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ସୂଚନା ମୂତାବକ ଯୁବତୀ ଜଣକ ଏକ ସେଲୁନରେ କାମ କରନ୍ତି । ତେବେ ଦରମା ମିଳିବାରେ ବିଳମ୍ବ ହେବାରୁ ଯୁବତୀ ଜଣକ ନିଜ ମାଲିକଙ୍କୁ ଏନେଇ କହିଥିଲେ । କିନ୍ତୁ ମାଲିକ ଜଣକ ଜଣକ ରଖିଥିଲେ ଏକ ଅଜବ ସର୍ତ୍ତ । କହିଥିଲେ ସେ ଏବଂ ତାଙ୍କ ସାଙ୍ଗମାନଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଦରମା ମିଳିବ । କିନ୍ତୁ ଏଥିରେ ଯୁବତୀ ଜଣକ ଅରାଜି ହେବାରୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ମାଲିକ ।

ଅନ୍ୟପଟେ ଘଟଣାଟି ଶନିବାର ଦିନ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଦୁଇ ଜଣକୁ ଗିରଫ କରିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.