ମାନବିକତା ଦେଖାଇଲେ ମନୋରଞ୍ଜନ, ଖରାରେ ଯାଉଥିବା ବୃଦ୍ଧ ବ୍ୟକ୍ତିଙ୍କୁ ଛତା ଧରି ପାର କରାଇଲେ ରାସ୍ତା

ଗୁଳୁଗୁଳିରେ ବାହାରକୁ ବାହାରିବା ମୁସ୍କିଲ୍ । ସେଥିରେ ଛତା ଧରି କଲେଜ ଛକ ନିକଟରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିଲେ ମନୋରଞ୍ଜନ ପଣ୍ଡା । ଏହି ସମୟରେ ତାଙ୍କ ନଜର ପଡିଲା ଜଣେ ପିତା ସମାନ ବୟସ୍କ ବ୍ୟକ୍ତିଙ୍କ ଉପରେ । ଯିଏ ଏହି ଟାଣ ଖରାରେ ୱାକର ଧରି ରାସ୍ତା ପାର ହେବାକୁ ଚାହୁଁଥିଲେ । ହେଲେ ଠିକ୍ ଭାବରେ ଚାଲି ବି ପାରୁନଥିଲେ ।

ଆଉ ଏହି ସମୟରେ ମାନବିକତା ଦେଖାଇଲେ ଟ୍ରାଫିକ୍ ପୋଲିସ ମନୋରଞ୍ଜନ । ଖରାରେ ଯାଉଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଛତା ଧରି ପାର କରାଇଥିଲେ ରାସ୍ତା । ଯାହାର ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସମସ୍ତେ କହୁଛନ୍ତି ସାବାସ୍ ମନୋରଞ୍ଜନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.