Below header

ମହାରାଷ୍ଟ୍ର ସରକାର ଉପରେ ବର୍ଷିଲେ ଶିବସେନା ନେତା ଆଦିତ୍ୟ ଠାକରେ, କହିଲେ ରାଜନୀତି ସୀମା ପାର କରିସାରିଛି

କେନ୍ୟୁଜ୍‌(ବ୍ୟୁରୋ): ବର୍ଷିଲେ ଶିବସେନା ନେତା ଆଦିତ୍ୟ ଠାକରେ । ଦିଶା ସାଲିଅନ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ସରକାର ଉପରେ ବର୍ଷିଛନ୍ତି ଆଦିତ୍ୟ । ବିଜେପି ବିଧାୟକ ନୀତେଶ ରାଣେ ଆଦିତ୍ୟଙ୍କ ନାର୍କୋ ଟେଷ୍ଟ ଦାବି କରିବା ପରେ ବର୍ଷିଛନ୍ତି ଆଦିତ୍ୟ ।

ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ବିଜେପି ନେତା ଏପରି ଅଭିଯୋଗ ଆଣିଥିବା ଆଦିତ୍ୟ କହିଛନ୍ତି । ଏହା ରାଜନୀତିର ସବୁ ସୀମା ପାର କରି ସାରିଥିବା କହିଛନ୍ତି ସେ । ଆମର ବିଧାନ ଭବନରେ ଏପରି ରାଜନୀତି ପୂର୍ବରୁ କେବେ ବି ହୋଇନଥିଲା । ଏକ ଛତ୍ରବାଦୀ ଶାସନ ଚାଲିଥିବା ଆଦିତ୍ୟ ଅଭିଯୋଗ ଆଣିଛନ୍ତି ।

ଏହି ମାମଲା ଏବେ ମୁମ୍ବାଇ ପୋଲିସ ହାତରେ ଥିବାବେଳେ ଏହାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାବିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.