ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ): ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମମିତା ମେହେରଙ୍କ ଡିଏନଏ ରିପୋର୍ଟର ସାମଞ୍ଜସ୍ୟକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଜେଲ ପରିସରରେ ମୃତ୍ୟୁ ହେବା ଏକ ଗମ୍ଭୀର ପ୍ରସଙ୍ଗ । ଜେଲ୍‌ ଭିତରେ କାହାରି ମୃତ୍ୟୁ ପ୍ରଶ୍ନବାଚୀ ଠିଆ କରୁଛି । ଏସବୁ କଥା ବଡ଼ ସନ୍ଦେହ ସୃଷ୍ଟି କରୁଛି । ଅନୁସନ୍ଧାନ ନ୍ୟାୟ ସଙ୍ଗତ ହେବା ଦରକାର । ମାମଲାର ନିରପେକ୍ଷ ତଦନ୍ତ ଜରୁରୀ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି। ସିବିଆଇ ଓ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକାରୀ ସଂସ୍ଥା । ତାଙ୍କ କାର୍ଯ୍ୟ ପରିସର ଅନୁସାରେ ତଦନ୍ତ ହେବ। ତାକୁ ନେଇ ବିବାଦ କରିବା ଠିକ୍‌ ନୁହେଁ ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.